ସରକାରଙ୍କ କଶ୍ମୀର ଆଭିମୁଖ୍ୟକୁ କରଣ ସିଂହଙ୍କ ସମର୍ଥନ

ନୂଆଦିଲ୍ଲୀ: ୧୯୪୭ରେ କଶ୍ମୀର ମିଶ୍ରଣ ଚୁକ୍ତି ସଂପାଦନ କରିଥିବା ମହାରାଜା ହରି ସିଂହଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା କରଣ ସିଂହ ଧାରା ୩୭୦ ହଟାଯିବା ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି। ଏହା କଂଗ୍ରେସ ଦଳ ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛି। କେନ୍ଦ୍ର ସରକାର ଏବେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସକରାତ୍ମକ ଏବଂ ଏହାର ସୁଫଳ ଆଗକୁ ମିଳିବ ବୋଲି ସିଂହ କହିଛନ୍ତି। ଲଦାଖ୍‌କୁ ଏକ ସ୍ବତନ୍ତ୍ର କେନ୍ଦ୍ର ଶାସିତ ଅଂଚଳ କରାଯିବା ମଧ୍ୟ ଏକ ବହୁତ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀର ଏବଂ ଲଦାଖକୁ ନେଇ ଏବେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଏବଂ ରାଜନୈତିକ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ ହେବାପରେ ବହୁତ କିଛି ଭଲ ହେବ ଏବଂ ବିକାଶର ରାସ୍ତା ଉନ୍ମୁକ୍ତ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର