ସାମୁଦ୍ରିକ ଝଡ଼ ‘ବାୟୁ’ ଆଜି ସ୍ଥଳଭାଗ ଛୁଇଁବ

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ବାୟୁ ପୁଣି ଥରେ ଗୁଜରାଟ ଆଡକୁ ମୁହାଁଇଛି । କିନ୍ତୁ ଏଥର ଏହା ଦୁର୍ବଳ ହୋଇଯାଇଛି । ଏହା ସୋମବାର ମଧ୍ୟରାତ୍ରି ସୁଦ୍ଧା ଗୁଜରାଟ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ତେବେ ସ୍ଥଳଭାଗ ଛୁଇଁବା ବେଳକୁ ଏହା ଦୁର୍ବଳ ହୋଇଯିବ ଏବଂ ଏହାର ପ୍ରଭାବରେ କେବଳ ପ୍ରବଳ ବର୍ଷା ଲାଗି ରହିବ। ଆଜି ଅପରାହ୍ନରେ ଏହା ପୋରବନ୍ଦରଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଦିଗରେ ୪୯୦ କିଲୋମିଟର ଓ ଦ୍ୱାରକାଠାରୁ ପଶ୍ଚିମ, ଦକ୍ଷିଣ-ପଶ୍ଚିମ ଦିଗରେ ୪୫୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଥିଲା। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇ ସ୍ଥଳଭାଗ ପ୍ରବେଶ କରିବ । ଆସନ୍ତା କାଲି ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୫ କିମିକୁ ହ୍ରାସ ପାଇବ ।

ସମ୍ବନ୍ଧିତ ଖବର