ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରାଗିଗଲେ ନିତିଶ କୁମାର, କାରଣ ଜାଣନ୍ତୁ

ପାଟନା : ଇଣ୍ଡିଗୋ ଷ୍ଟେସନ ମ୍ୟାନେଜର ରୁପେଶ କୁମାର ସିଂଙ୍କ ହତ୍ୟା ମାମଲା ଏବେ ବିହାରରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ବିରୋଧୀ ଦଳମାନେ ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ପ୍ରଶ୍ନ ଉଠାଇଛନ୍ତି ।

ତେବେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କେତେକ ସାମ୍ବାଦିକମାନେ ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରିବାରୁ ସେ ରାଗିଯାଇଥିଲେ । ଏହି ଘଟଣା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନ ଯୋଡ଼ିବାକୁ ସେ କହିଥିଲେ । ଅନୁମତି ନେଇ ଅପରାଧ ଘଟେ ନାହିଁ ବୋଲି ସେ କହିଥିଲେ । ଏହି ମାମଲାର ତଦନ୍ତ ଅଗ୍ରଗତି ସମ୍ପର୍କରେ ଗଣମାଧ୍ୟମ ରାଜ୍ୟର ପୁଲିସ ମୁଖ୍ୟଙ୍କୁ ପଚାରିବା ଉଚିତ ବୋଲି ସେ କହିଥିଲେ ।

ଅନ୍ୟପକ୍ଷରେ ରାଜ୍ୟର ଡିଜିପି ଫୋନ ଉଠାଉନାହାନ୍ତି ବୋଲି ସାମ୍ବାଦିକମାନେ ଅଭିଯୋଗ କରିବାରୁ ସେ ସଙ୍ଗେ ସଙ୍ଗେ ଡିଜିପିଙ୍କୁ ଫୋନ କରି ତଦନ୍ତର ଅଗ୍ରଗତି ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର