ସୁପ୍ରିମ କୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଜବାବ: ସିଏଏ ଆଇନସମ୍ମତ, କୋର୍ଟରେ ଚ୍ୟାଲେଂଜ୍‌ ହୋଇପାରିବ ନାହିଁ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ସମ୍ପୂର୍ଣ୍ଣ ବୈଧ, ଆଇନସମ୍ମତ ଓ ସାମ୍ବିଧାନିକ। ଏହାକୁ କେହି କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ନାହିଁ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ସତ୍ୟପାଠ ଜରିଆରେ ଜଣାଇଛନ୍ତି। ଆଜି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି, ନାଗରିକତା ଆଇନ ପ୍ରଣୟନ ଓ କାର୍ଯକାରୀ କରିବା ନେଇ କେବଳ ସଂସଦର ସାର୍ବଭୌମ କ୍ଷମତା ରହିଛି। ସମ୍ବିଧାନର ଧାରା ୨୪୬ ଅନୁସାରେ ଆଇନ ପ୍ରଣୟନ କରିବାର ବିଶେଷ କ୍ଷମତା କେବଳ ସଂସଦର ରହିଛି ବୋଲି କେନ୍ଦ୍ର ସରକାର କହିବା ସହ ସଂସଦ‌ର ଅଧିକାର ନେଇ ସଚେତନ କରାଇ ଦେଇଛନ୍ତି। ଅପରପକ୍ଷେ, ସିଏଏ କୌଣସି ଭାରତୀୟ ନାଗରିକଙ୍କର ଅଧିକାର ଛଡ଼ାଇ ନେବାକୁ ପ୍ରଣୟନ ହୋଇନାହିଁ। ଏହା ନାଗରିକର ନ୍ୟାୟିକ, ବ୍ୟକ୍ତିଗତ କିମ୍ବା ଧର୍ମନିରପେକ୍ଷ ଅଧିକାରକୁ ପ୍ରଭାବିତ କରିବ ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଏହି ଆଇନ ଦ୍ବାରା ସଂଖ୍ୟାଲଘୁମାନେ ପ୍ରଭାବିତ ହେବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର