ସେନାମୁଖ୍ୟଙ୍କୁ ଚିଦମ୍ବରମଙ୍କ ସମାଲୋଚନା: ‘ଆପଣ ସେନା ସମ୍ଭାଳନ୍ତୁ, ରାଜନୀତି ଆମକୁ ଛାଡ଼ନ୍ତୁ’

ନୂଆଦିଲ୍ଲୀ: କଂଗ୍ରେସ ନେତା ପି. ଚିଦମ୍ବରମ ସେନାମୁଖ୍ୟ ବିପିନ ରାୱତଙ୍କୁ ଆଜି ସିଏଏ ହିଂସା ସଂକ୍ରାନ୍ତ ବୟାନ ପାଇଁ ସମାଲୋଚନା କରିଛନ୍ତି। ଚିଦମ୍ବରମ କହିଛନ୍ତି ନେତାମାନଙ୍କୁ ରାୱତ ପରାମର୍ଶ ଦେବା ଉଚିତ ନୁହେଁ। ସେ ସେନାର ମୁଖ୍ୟ ଏବଂ ସେନାକୁ ସମ୍ଭାଳିବା ଉଚିତ। ରାଜନୀତି ଆମ ପାଇଁ ଛାଡ଼ି ଦିଆଯିବା ଆବଶ୍ୟକ ବୋଲି ଚିଦମ୍ବରମ ଆଜି ତିରୁଅନନ୍ତପୁରମରେ କଂଗ୍ରେସ ସ୍ଥାପନା ଦିବସ ଅବସରରେ କହିଛନ୍ତି। ‘ଏବେ ସେନା ମୁଖ୍ୟ ଏବଂ ଡିଜିପିମାନେ ସରକାରଙ୍କୁ ସିଏଏ ମାମଲାରେ ସମର୍ଥନ କରୁଥିବା କୁହାଯାଉଛି। ଏହା ଅତ୍ୟନ୍ତ ଲଜ୍ଜାଜନକ’ ବୋଲି ସେ କହିଛନ୍ତି।ସୂଚନାଯୋଗ୍ୟ ନିକଟରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ସେନାମୁଖ୍ୟ ରାୱତ କହିଥିଲେ ଯେ ଆନ୍ଦୋଳନ ନାମରେ ହିଂସାକୁ ପ୍ରୋତ୍ସାହନ ଦେବା ନେତୃତ୍ବ ନୁହେଁ। ଯେଉଁମାନେ ହିଂସା ପାଇଁ ଲୋକଙ୍କୁ ଆଗକୁ ବଢ଼ାଉଛନ୍ତି, ସେମାନଙ୍କ କାର୍ଯ୍ୟକୁ ନେତୃତ୍ବ ବୋଲି କୁହାଯାଇପାରିବ ନାହିଁ ବୋଲି ରାୱତ କହିଥିଲେ। ରାୱତଙ୍କ ଏହି ବୟାନକୁ କଂଗ୍ରେସ ଏବଂ ଅନ୍ୟ କେତେକ ବିରୋଧୀ ଦଳ ନେତା ସମାଲୋଚନା କରିଥିବା ବେଳେ ଏହି ବୟାନ ସହ ରାଜନୀତିର କୌଣସି ସଂପର୍କ ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର