ହଂକଂରେ ପୋଷା କୁକୁର ଭାଇରସ୍‌ ସଂକ୍ରମିତ

ହଂକଂ: ହଂକଂରେ ଜଣେ କରୋନା ଭାଇରସ୍‌ ରୋଗୀଙ୍କ ପୋଷା କୁକୁର ବି ଭାଇରସ୍‌ ସଂକ୍ରମିତ ହୋଇଛି। ପ୍ରଥମ ଥର ପାଇଁ ଜଣେ ମଣିଷଠାରୁ ପଶୁକୁ ଭାଇରସ୍ ଡେଇଁଥିବା ଜଣାପଡ଼ିଛି। ଜଣେ ୬୦ ବର୍ଷୀୟା ମହିଳାଙ୍କର ଏହି ପୋଷା କୁକୁରର ନମୁନା ପରୀକ୍ଷା ହେବାପରେ ତା’ ଶରୀରରେ ଭାଇରସ୍‌ ପଜିଟିଭ୍‌ ଥିବା ଜଣାପଡ଼ିଛି । ଏହାକୁ ଏବେ ଏକ ପ୍ରାଣୀ କେନ୍ଦ୍ରରେ କ୍ବାରେଣ୍ଟାଇନ୍‌ରେ ରଖାଯାଇଛି। ଏହି ପୋଷା ସଂସ୍ପର୍ଶରେ ଆସିଥିବା ଅନ୍ୟ କିଛି କୁକୁରଙ୍କୁ ବି କ୍ବାରେଣ୍ଟାଇନ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର