ୟୁପିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୨ ମୃତ, ୫ ଗୁରୁତର

ଶାହାଜାହାନପୁର (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଶାହାଜାହାନପୁର ଠାରେ ଆଜି (ମଙ୍ଗଳବାର) ସକାଳେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୬ ଜଣ ବ୍ୟକ୍ତିଙ୍କର ମୁତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ ଦୁଇଟି ଟେମ୍ପୋ ଉପରେ ଓଲଟି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି।

Zee News India

ରୋସା ପୁଲିସ୍‌ ଥାନା ଅନ୍ତର୍ଗତ ଜାମୁକା ତିରାହା ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି। ଦୁର୍ଘଟଣାରେ ମୁତ୍ୟୁବରଣ କରିଥିବା ୧୬ ଜଣଙ୍କ ମଧ୍ୟରୁ ୧୨ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅନ୍ୟ ତିନିଜଣ ଛୋଟ ପିଲା ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର