୧୫କେଜିରୁ ଅଧିକ ବ୍ୟାଗ୍‌ ନେଇ ଇଣ୍ଡିିଗୋ ବିମାନରେ ଗଲେ ଦେବାକୁ ପଡ଼ିବ କେଜି ପ୍ରତି ଅଧିକ ୪ଶହ ଟଙ୍କା

ନୂଆଦିଲ୍ଲୀ:ଏଥିର ଘରୋଇ ବିମାନ ଯାତ୍ରା ସମରେ ଇଣ୍ଡିିଗୋ ବିମାନରେ ଯାତ୍ରା କଲାବେଳେ ନିଜ ପାଖରେ ୧୫ କେଜି ଓଜନରୁ ଅଧିକ ବ୍ୟାଗ୍‌ ରହିଥିଲେ ୩୩ ପ୍ରତିଶତ ଅଧିକ ଭଡ଼ା ଦେବାକୁ ପଡ଼ିବ। ଦେଶର ଏହି ଲୋ- କଷ୍ଟ ବିମାନସେବା ପ୍ରଦାନକାରୀ ସଂସ୍ଥା ୧୫ କେଜି ବ୍ୟାଗ୍‌ ବ୍ୟତୀତ ଅଧିକ ୫ କେଜି, ୧୦ କେଜି ଓ ୩୦ କେଜି ଓଜନ ପାଇଁ ଯଥାକଅମେ ଯାତ୍ରୀମାନଙ୍କ ଠାରୁ ଅଧିକ ୧୯ଶହ, ୩୮ଶହ, ୫୭ଶହ ଓ ୧୧ହଜାର ୪ଶହ ଟଙ୍କା ଆଦାୟ କରୁଛିି। ଅର୍ଥାତ, ୧୫ କିଲୋଗ୍ରାମ ଓଜନର ବ୍ୟଗ୍‌ ପରେ ପ୍ରତି ଅଧିକ ଏକ କିଲୋଗ୍ରାମ ପାଇଁ ଯାତ୍ରୀମାନଙ୍କୁ ଅଧିକ ୪ଶହ ଟଙ୍କା ଦେବାକୁ ପଡ଼ିବ ଗତ କାଲିଠାରୁ ଇଣ୍ଡିଗୋ ଏୟାର ଲାଇନ୍ସ ତାରଏହି ବର୍ଦ୍ଧିତ ଫି ଆଦାୟ କରିବା ଆରମ୍ଭ କରିଛି। ଇଣ୍ଡିଗୋ ଏୟାର ଲାଇନ୍ସ ତାର ବ୍ୟାଗେଜ୍‌ ଚାର୍ଜ ବୃଦ୍ଧିି କରିଥିବା ପରିପ୍ରେକ୍ଷୀରେ ଅନ୍ୟ ଏୟାର ଲାଇନ୍ସଗୁଡ଼ିକ ମଧ୍ୟ ସେମାନଙ୍କ ବ୍ୟାଗେଜ୍‌ ଚାର୍ଜ ଫି ବୃଦ୍ଧିି କରିପାରନ୍ତି।
ସୂଚନାଯୋଗ୍ୟ ଯେ କେବଳ ଏୟାର ଇଣ୍ଡିଆ ମାଗଣାରେ ୨୫ କେଜି ପର୍ଯ୍ୟନ୍ତ ବ୍ୟଗେଜ୍‌୍‌ ନେବାର ସୁଯୋଗ ଦେଉଥିବା ବେଳେ ଅନ୍ୟଗୁଡ଼ିକ ୧୫ କେଜିର ସୁଯୋଗ ଦେଉଛନ୍ତି।

ସମ୍ବନ୍ଧିତ ଖବର