୧୫ ଦିନର ଶିଶୁର କ‌ରୋନାରେ ମୃତ୍ୟୁ

15-day-old baby dies in

ଗାନ୍ଧୀନଗର: ଗୁଜରାଟର ସୁରତରେ ଏକ ୧୫ ଦିନର ଶିଶୁ କରୋନାରେ ପ୍ରାଣ ହରାଇଛି। ଶିଶୁଟି ଗତ ୧ ତାରିଖରେ ସୁରତ ଡାଇମଣ୍ଡ୍‌ ହସ୍ପିଟାଲ୍‌ରେ ଜନ୍ମ ହୋଇଥିଲା। ଶିଶୁର କିଛି ସ୍ବାସ୍ଥ୍ୟ ସମସ୍ୟା ଥିବାରୁ ତାକୁ ନିଓନାଟାଲ୍‌ କେୟାରରେ ଭର୍ତ୍ତି କରାଯାଇଥିଲା। ତେବେ ଦୁଇଦିନ ପରେ ସେ ସୁସ୍ଥ ହୋଇଥିଲା। କିନ୍ତୁ ପୁଣିଥରେ ଉକ୍ତ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ଡାକ୍ତରମ‌ାନେ ଶିଶୁର କରୋନା ‌ଟେଷ୍ଟ୍‌ ପାଇଁ ପରାମର୍ଶ ଦେଇଥିଲେ। ‌ଟେଷ୍ଟ୍‌ କରିବାପରେ ତା’ର ରିପୋର୍ଟ ପଜିଟିଭ୍‌ ଆସିଥିଲା। ଉକ୍ତ ଶିଶୁକୁ ଭେଣ୍ଟିଲେଟରରେ ରଖାଯାଇଥିଲା ଏବଂ ରେମଡେସଭିର ଦ୍ବାରା ତା’ର ଚିକିତ୍ସା କରାଯାଉଥିଲା। କିନ୍ତୁ ୭ ଦିନ ଭେଣ୍ଟିଲେଟରରେ ରହି ଚିକିତ୍ସା ହେବାପରେ ଶିଶୁଟିର ମୃତ୍ୟୁ ହୋଇଯାଇଛି। ଶିଶୁର ମା’ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର