୧୭ ବିଦେଶୀ ନାଗରିକ, ପୁଲିସ ହାଜତରୁ ଖସି‌ଗଲେ

ନଏଡ଼ା : ଭାରତରେ ବେଆଇନ ଭାବେ ରହୁଥିବା ୬୦ ବିଦେଶ ନାଗରିକଙ୍କୁ ନଏଡ଼ା ପୁଲିସ ବୁଧବାରଠାରୁ ଅଟକ ରଖିଥିବା ବେଳେ ଆଜି ସେମାନଙ୍କ ମଧ୍ୟରୁ ୧୯ ଜଣ ଚମ୍ପଟ ମାରିଛନ୍ତି।। ଭିସା ଏବଂ ପାସପୋର୍ଟ ନଥିବାରୁ ସେମାନଙ୍କୁ ନଏଡ଼ା ପୁଲିସ ଲାଇନ୍‌ରେ ଅଟକ ରଖାଯାଇଥିଲା। ଏହି ୬୦ ଜଣଙ୍କ ମଧ୍ୟରେ ୨୮ ଜଣ ନାଇଜେରୀୟ ଥିଲେ ଏବଂ ଅନ୍ୟମାନେ ୮ ଟି ଦେଶର ନାଗରିକ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୧୭ ଜଣ ଗତକାଲି ପୁଲିସ ଆଖିରେ ଧୁଳି ଦେଇ ଖସି ପଳା‌ଇଛନ୍ତି। ଝରକା ଭାଙ୍ଗି ସେମାନେ ପୁଲିସ ହାଜତରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ଏହି ଘଟଣା ପରେ ନଏଡ଼ା ପୁଲିସର ଦାୟିତ୍ବହୀନତା ପଦାରେ ପଡ଼ି ଯାଇଛି। ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଡ୍ୟୁଟିରେ ଥାଇ ଶୋଇ ପଡ଼ିଥିବା ପୁଲିସଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ଖସି ପଳାଇଥିବା ଏହି ନାଇଜେରୀୟ ନାଗରିକଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର