୨୦୦ଟଙ୍କା ଋଣ ଫେରାଇବା ପାଇଁ, ଔରଙ୍ଗାବାଦ୍‌ ଫେରିଲେ କେନିଆ ସାଂସଦ

ମୁମ୍ବାଇ: ଦୀର୍ଘ ୩୦ ବର୍ଷ ପରେ ଔରଙ୍ଗାବାଦ୍‌ ଫେରିଛନ୍ତି କେନିଆ ସାଂସଦ ରିଚାର୍ଡ ତଙ୍ଗ୍‌। ୧୯୮୫-୮୯ରେ ସେ ଔରଙ୍ଗାବାଦ୍‌ର ଏକ ସ୍ଥାନୀୟ କଲେଜ୍‌ରେ ମ୍ୟାନେଜମେଣ୍ଟ୍‌ ଶିକ୍ଷା ଅଧ୍ୟୟନ କରୁଥିଲେ। ସେ ସମୟରେ ଔରଙ୍ଗାବାଦ୍‌ର କାଶୀନାଥ ଗୱଲି ନାମକ ଜଣେ ବ୍ୟକ୍ତିଙ୍କ ସହ ରିଚାର୍ଡଙ୍କର ବନ୍ଧୁତା ହୋଇଥିଲା। କାଶୀନାଥ ଏକ ସଉଦା ‌ଦୋକାନ କରିଥିଲେ। ତେବେ ସାଂସଦ ରିଚାର୍ଡଙ୍କର ସେ ସମୟରେ ୨୦୦ ଟଙ୍କା ଦରକାର ହେବାରୁ ସେ କାଶୀନାଥଙ୍କଠାରୁ ଧାର ଆକାରରେ ନେଇଥିଲେ। କିନ୍ତୁ ସେ ଟଙ୍କା ନଫେରାଇ କେନିଆ ଚାଲି ଯାଇଥି‌ଲେ। ଇତି ମଧ୍ୟରେ ୩୦ ବର୍ଷ ବିତିଯାଇଥିଲେ ବି ୨୦୦ ଟଙ୍କା ଋଣ ରଖିଥିବା କଥା ରିଚାର୍ଡ ଭୁଲିନାହାନ୍ତି। ସେ ଔରଙ୍ଗାବାଦ୍‌ ଫେରି କାଶୀନାଥଙ୍କଠାରୁ ନେଇଥିବା ଧାର ଟଙ୍କା ଫେରାଇ ଦେଇଛନ୍ତି। କାଶୀନାଥ ତାଙ୍କ ଘରେ ଅଚାନକ ରିଚାର୍ଡଙ୍ୁ ଦେଖି ଚକିତ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର