୩୪ ବର୍ଷ ପରେ ଆସିଲା ଶିଖ ବିରୋଧୀ ଦଙ୍ଗା ମାମଲାରେ ପ୍ରଥମ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ : ୧୯୮୪ ଶିଖ ଦଙ୍ଗା ମାମଲାରେ ଦିଲ୍ଲୀର ଏକ କୋର୍ଟ ଆଜି ୟଶପାଲ ସିଂଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଥିବାବେଳେ ଓ ନରେଶ ଶେରାଓ୍ଵତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଦୁଇଜଣ ଶିଖ ଯୁବକଙ୍କ ହତ୍ୟା ମାମଲାରେ ଦିଲ୍ଲୀର ପାତିଆଲା ହାଉସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ସୁରକ୍ଷା କାରଣରୁ ଦିଲ୍ଲୀର ତିହାର ଜେଲରେ ଏହି ରାୟ ଶୁଣାଯାଇଛି ।

ପ୍ରାୟ ୩୪ ବର୍ଷ ପୂର୍ବେ ଶିଖ ବିରୋଧୀ ଦଙ୍ଗା ଚାଲିଥିବା ବେଳେ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଗାଁରେ ଉଗ୍ରଭୀଡ ଦୁଇଜଣ ଶିଖ ଯୁବକ ୨୪ ବର୍ଷୀୟ ହରଦେବ ସିଂ ଓ ୨୬ ବର୍ଷୀୟ ଅବତାର ସିଂଙ୍କୁ ପିଟିପିଟି ମାରିଦେଇଥିଲେ । ଏହି ହତ୍ୟାକାଣ୍ଡରେ ୟଶପାଲ ଓ ନରେଶଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ପ୍ରତ୍ୟକ୍ଷଦର୍ଶୀମାନେ ସାକ୍ଷୀ ଦେବା ପରେ ଗତ ୧୫ ତାରିଖରେ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ଏହାର ଦଣ୍ଡାଦେଶ ଘୋଷଣା ବାକି ଥିଲା । ୨୦୧୫ରେ କେନ୍ଦ୍ର ସରକାର ୧୯୮୪ ଶିଖ ଦଙ୍ଗାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି ) ଗଠନ କରିଥିଲେ ।

ସମ୍ବନ୍ଧିତ ଖବର