୩ ରାଷ୍ଟ୍ର ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବେ ୟୁରୋପୀୟ ରାଷ୍ଟ୍ର ଗସ୍ତରେ ଅଛନ୍ତି। ଗତକାଲି ରାତିରୁ କୋବିନ୍ଦ ୩ ରାଷ୍ଟ୍ର ଆଇସଲାଣ୍ଡ୍‌, ସ୍ବିଜରଲାଣ୍ଡ୍‌ ଏବଂ ସ୍ଲୋଭେନିଆ ଗସ୍ତ କରିଛନ୍ତି। ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବାପାଇଁ କୋବିନ୍ଦ ୩ ରାଷ୍ଟ୍ର ଗସ୍ତରେ ଅଛନ୍ତି। ରାଷ୍ଟ୍ରପତି କୋବିନ୍ଦ ୯-୧୧ ପର୍ଯ୍ୟନ୍ତ ଆଇସଲାଣ୍ଡ୍‌ ଗସ୍ତ କରିବେ ଏବଂ ଏହାପରେ ସେ ‌ସ୍ବିଜରଲାଣ୍ଡ୍‌ ଯିବେ। ସେପ୍ଟେମ୍ବର ୧୫ ରେ କୋବିନ୍ଦ ସ୍ଲୋଭେନିଆରେ ପହଞ୍ଚିବେ। ଏହାପରେ ୧୭ ତାରିଖରେ କୋବିନ୍ଦ ଭାରତ ଫେରିବେ। କୋବିନ୍ଦ ତାଙ୍କ ଗସ୍ତକାଳରେ ୩ ରାଷ୍ଟ୍ରର ବରିଷ୍ଠ ନେତୃବୃନ୍ଦମାନଙ୍କ ସହ କଥାବାର୍ତ୍ତା କରିବେ। ଉଲ୍ଲେଖଯୋଗ୍ୟ ରାଷ୍ଟ୍ରପତିଙ୍କ ୩ ରାଷ୍ଟ୍ର ଗସ୍ତ ପାଇଁ ପାକିସ୍ତାନ ବାୟୁସୀମା ବ୍ୟବହାର କରିବାକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିଲା। କିନ୍ତୁ ପାକିସ୍ତାନ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା।

ସମ୍ବନ୍ଧିତ ଖବର