୪୦ ଘଣ୍ଚା ପରେ ବି ମୁମ୍ବାଇ ମଲରେ ନିଆଁ ଜଳୁଛି

ମୁମ୍ବାଇ : ମୁମ୍ବାଇର ସିଟି ସେଣ୍ଟର ମଲରେ ନିଆଁ ଲାଗିବାର ଇତି ମଧ୍ୟରେ ପ୍ରାୟ ୪୦ ଘଣ୍ଟା ବିତିଯାଇଥିଲେ ମଧ୍ୟ ନିଆଁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିପାରି ନାହିଁ । ଏବେ ବି ସିପିଂ ମଲର କେତେକ ମହଲାରେ ନିଆଁ ଜଳୁଛି । ନିଆଁ ଲିଭାଇବାକୁ ୧୮ଟି ଫାୟାର ଇଂଜିନ ଓ ୧୦ଟି ବୃହତ ଟାଙ୍କରକୁ ନିୟୋଜିତ କରାଯାଇଛି । ଗତ କାଲି ରାତିରେ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି ।

ଗତକାଲି ନିଆଁ ଲଭାଇବା ବେଳେ ଆହତ ହୋଇଥିବା ୨ ଜଣ ଦମକଳ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ସେମାନେ ବିପଦମୁକ୍ତ ଅଛନ୍ତି ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦକ୍ଷିଣ ମୁମ୍ବାଇର ନାଗପଡ଼ା ଅଞ୍ଚଳରେ ଥିବା ସିଟି ସେଣ୍ଟର ମଲରେ ଗୁରୁବାର ରାତି ସାଢେ ୮ ସମୟରେ ନିଆଁଲାଗିଥିଲା । ପ୍ରାରମ୍ଭିକ ଅବସ୍ଥାରେ ଏହା ଏକ ଲେବଲ-୧ ସ୍ତରର ନିଆଁ ଥିବାବେଳେ ଶୁକ୍ରବାର ସୁଦ୍ଧା ଏହା ଆହୁରି ଭୀଷଣ ଆକାର ଧାରଣ କରି ଲେବଲ-୫ ସ୍ତରରେ ପହଞ୍ଚିଯାଇଥିଲା । ଗତକାଲି ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀର ୨୪ ଜଣ ଫାୟାର ଇଂଜିନିୟର, ୧୬ଟି ଜୁମ୍ବୋ ଟ୍ୟାଙ୍କର ଓ ପ୍ରାୟ ୨୫୦ ଦମକଳ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।

ଅନ୍ୟପକ୍ଷରେ ନିଆଁ ବେଳକୁ ବେଳ ବ୍ୟାପିଚାଲିଥିବାରୁ ସପିଂ ମଲ ପାଖରେ ଥିବା ଅର୍କିଡ୍‌ ଏନକ୍ଲେଭ ନାମକ ଆବାସିକ ଆପାର୍ଟମେଣ୍ଟକୁ ଖାଲି କରାଯାଇଥିଲା । ପୁଲିସ ଦ୍ୱାରା ଏହି ଆପାର୍ଟମେଣ୍ଟରେ ରହୁଥିବା ପ୍ରାୟ ୩୫୦୦ ଲୋକଙ୍କୁ ଖାଲି କରି ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ସମ୍ବନ୍ଧିତ ଖବର