୫ଟା ସୁଦ୍ଧା ହରିୟାଣାରେ ୫୩.୭୮% ଓ ମହାରାଷ୍ଟ୍ରରେ ୪୪% ମତଦାନ

ମୁମ୍ବାଇ : ଆଜି ମହାରାଷ୍ଟ୍ର ଓ ହରିୟାଣାରେ ଚାଲିଥିବା ଭୋଟଗ୍ରହଣ ଆଉ ପ୍ରାୟ ୧୫ ମିନିଟ ମଧ୍ୟରେ ଅର୍ଥାତ ସଂଧ୍ୟା ୬ଟାରେ ସମାପ୍ତ ହେବ । ମିଳିଥିବା ସୂଚନା ମୁତାବକ ଅପରାହ୍ଣ ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୪୪.୬୧ ପ୍ରତିଶତ ଓ ହରିୟାଣାରେ ୫୩.୭୮ ପ୍ରତିଶତ ମତଦାନ ହୋଇଛି । ଏହି ଦୁଇଟି ରାଜ୍ୟରେ ବିଜେପି ଶାସନ କ୍ଷମତାରେ ରହିଛି । ବିଜେପି ପୁଣି ଥରେ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଥିବାବେଳେ କଂଗ୍ରେସ ମଧ୍ୟ ଏହି ଦୁଇଟି ରାଜ୍ୟ ଜିତି ନିଜର ମନୋବଳକୁ ଦୃଢ କରିବାକୁ ଉଦ୍ୟମ କରୁଛି ।

ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିଲା । ମହାରାଷ୍ଟ୍ରରେ ୨୨୨ଟି ଆସନ ଓ ହରିୟାଣାରେ ୯୦ଟି ଆସନ ପାଇଁ ନିର୍ବାଚନ ହେଉଛି । ସେହିପରି ୧୮ଟି ରାଜ୍ୟରେ ୫୧ଟି ବିଧାନସଭା ଓ ୨ଟି ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏହା ମଧ୍ୟରେ ଓଡ଼ିଶାର ବିଜେପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର