ଜୟପୁର ୫-ତାରକା ହୋଟେଲ୍‌ରେ ବିବାହ ବେଳେ ୨ କୋଟି ଟଙ୍କାର ଗହଣା ଓ ନଗଦ ଟଙ୍କା ଚୋରି

ଜୟପୁର: ଜୟପୁରର ଗୋଟାଏ ୫-ତାରକା ହୋଟେଲ୍‌ କୋଠରିରୁ ଅଜ୍ଞାତ ବ୍ୟକ୍ତିମାନେ ୨ କୋଟି ଟଙ୍କାର ଗହଣା ଓ ନଗଦ ଟଙ୍କା ଚୋରାଇ ନେଇଛନ୍ତି ବୋଲି ପୁଲିସ କହିଛି। ସେ ହୋଟେଲ୍‌ କୋଠରି ଭଡ଼ା ନେଇଥିବା ଲୋକେ ହୋଟେଲ୍‌ ପରିସରରେ ଚାଲିଥିବା ବିବାହ ଅନୁଷ୍ଠାନରେ ବସିଥିବା ବେଳେ ଉକ୍ତ ଘଟଣା ଘଟିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁବାର ଦିନ ମୁମ୍ବାଇର ବ୍ୟବସାୟୀ ରାହୁଲ୍‌ ଭାଟିଆଙ୍କ ଝିଅର ବାହାଘର ଜୟପୁରର ହୋଟେଲ୍‌ କ୍ଲାର୍କସ୍‌ ଆମେର୍‌ ଚାଲିଥିବା ବେଳେ ଉକ୍ତ ଚୋରି ଘଟଣା ଘଟିଛି।

Image Courtesy of Madhyam

ରାହୁଲ୍‌ ଭାଟିଆ ଏବଂ ତାଙ୍କ ପରିବାର ଲୋକେ ହୋଟେଲ୍‌ର ୭ମ ମହଲାରେ ରହିଥିଲେ। ସେମାନେ ହୋଟେଲ୍‌ ଲନ୍‌ରେ ଚାଲିଥିବା ବିବାହ ଅନୁଷ୍ଠାନରେ ବସିଥିବା ବ‌େଳେ ସେମାନଙ୍କ କୋଠରିରେ ଥିବା ୨ କ‌ୋଟି ଟଙ୍କା ମୂଲ୍ୟର ଗହଣା ଓ ନଗଦ ୯୫ ହଜାର ଟଙ୍କା ଚୋରି ହୋଇଯାଇଥିବା କଥା ଜବାହର ସର୍କଲ୍‌ ‘ଏସ୍‌ଏଚ୍‌ଓ’ ରାଧାରମଣ ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି।

ଅଭିଯୋଗ ପତ୍ରରେ ରାହୁଲ୍‌ ଭାଟିଆ କହିଛନ୍ତି ଯେ, ହୋଟେଲ୍‌ କର୍ମଚାରୀଙ୍କ ସହଯୋଗରେ ଚୋରି ହୋଇଛି। ତେଣୁ, ପୁଲିସ ‘ସିସିଟିଭି କ୍ୟାମେରା ଫୁଟେଜ୍‌’ ଯାଞ୍ଚ କରିବା ସହ ହୋଟେଲ୍‌ ପରିଚାଳନା ଏବଂ କର୍ମଚାରୀମାନଙ୍କୁ ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର