୯୯୦ଟଙ୍କାରେ ମିଳିବ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ‘୨-ଡିଜି’ !

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢ଼ିବା ପାଇଁ ଡିଆରଡିଓ (ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ) ବିକଶିତ କରିଥିବା ଔଷଧକୁ ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି | ଦେଶର ସର୍ବୋଚ୍ଚ ଔଷଧ ନିୟାମକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ(ଡିସିଜିଆଇ)ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଔଷଧକୁ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରିବା ପାଇଁ ଅନୁମତି ଦେଇଛି | ବ୍ୟବହାର ପାଇଁ ଅନୁମତି ପାଇବା ପରେ ଏବେ ଔଷଧର ମୂଲ୍ୟ ଧାର୍ଯ୍ୟ କରାଯାଇଛି |

ବଜାରରେ ଡିଆରଡିଓ ତିଆରି କରିଥିବା ଔଷଧ ‘୨-ଡିଜି’ର ଗୋଟେ ପ୍ୟାକେଟର ମୂଲ୍ୟ ୯୯୦ଟଙ୍କା ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି | ସରକାରୀ ଡାକ୍ତରଖାନା, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ରିହାତି ମୂଲ୍ୟରେ ଔଷଧ ଯୋଗାଇ ଦିଆଯିବ ବୋଲି ଜଣାପଡିଛି |

ndtv.com

ଉଲ୍ଲେଖଯୋଗ୍ୟ, ୨-ଡିଜି ଔଷଧ ଏକ ପ୍ୟାକେଟରେ ପାଉଡର ଆକାରରେ ଆସିବ ଏବଂ ଏହାକୁ ପାଣିରେ ପକାଇ କରୋନା ରୋଗୀଙ୍କୁ ପିଇବାକୁ ଦିଆଯିବ | ଡିଆରଡିଓ ଲ୍ୟାବ ଏବଂ ହାଇଦ୍ରାବାଦ ଭିତ୍ତିକ ଡାକ୍ତର ରେଡ୍ଡୀଙ୍କ ଲାବୋରେଟୋରୀ ମିଶି ଏହି ଔଷଧ ତିଆରି କରିଥିବା ଜଣାପଡିଛି | ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏହି ଔଷଧର ପ୍ରଥମ କ୍ଲିନିକାଲ ପରୀକ୍ଷାରେ ଦେଖିବାକୁ ମିଳିଛି ଯେ, ଏହି ଔଷଧ ଖାଇବା ପରେ ଡାକ୍ତରଖାନାରେ ଭର୍ତ୍ତି ଥିବା କରୋନା ରୋଗୀ ଶୀଘ୍ର ସୁସ୍ଥ ହେଉଛନ୍ତି ଏବଂ ନିଶ୍ୱାସ ନେବାର ସମସ୍ୟା ମଧ୍ୟ ହେଉନାହିଁ |

ଗତ ବର୍ଷ ମେ’ ଏବଂ ଅକ୍ଟୋବର ମଧ୍ୟରେ ଏହି ଔଷଧର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରଯାଇଥିବା ବେଳେ କରୋନା ରୋଗୀଙ୍କ ପାଇଁ ଏହି ଔଷଧ ସୁରକ୍ଷିତ ଥିବା ଜଣାପଡିଥିଲା | ୧୧୦ ଜଣ ରୋଗୀଙ୍କ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିବା ବେଳେ ୬ଟି ଡାକ୍ତରଖାନାରେ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା। ଫଳାଫଳ ଭଲ ଆସିବା ପରେ ଏବେ ଏହାର ବ୍ୟବହାରକୁ ଅନୁମତି ଦିଆଯାଇଛି |

ସମ୍ବନ୍ଧିତ ଖବର