୩୦ମିନିଟ ହେବ ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା !

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଏବେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ବିଭିନ୍ନ ପରୀକ୍ଷା ମଧ୍ୟ ବନ୍ଦ ରହିଛି | ଏଭଳି ସ୍ଥିତିରେ ସିବିଏସ୍ଇ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବା ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ୩୦ମିନିଟ ପରୀକ୍ଷା କରାଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି | ୩୦ ମିନିଟର ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜ ବିଷୟ ଉପରେ ଅବଜେକ୍ଟିଭ୍ ପ୍ରଶ୍ନ ପଚରାଯିବ | ତେବେ ପରୀକ୍ଷାର ଫର୍ମାଟ ଏବଂ ଏହା କେଉଁ ତାରିଖରେ ହେବ ସେ ନେଇ ଜୁନ ୧ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଘୋଷଣା କରିପାରନ୍ତି |

indiatoday.in

ଉଲ୍ଲେଖଯୋଗ୍ୟ, ବିଭିନ୍ନ ଶିକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ସମସ୍ତ କୋଭିଡ -୧୯ ସୁରକ୍ଷା ପ୍ରୋଟୋକଲ ମଧ୍ୟରେ ଜୁଲାଇ ୧୫ରୁ ଅଗଷ୍ଟ ୨୬ ମଧ୍ୟରେ ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୧ ଅନୁଷ୍ଠିତ ହେବ। ବୋର୍ଡ ପରୀକ୍ଷା ପାଇଁ ସିବିଏସ୍ଇ ଦୁଇଟି ବିକଳ୍ପ ପ୍ରସ୍ତାବ ଦେଇଥିଲା | ଗୋଟେ ହେଲା କେବଳ ୧୯ଟି ବିଷୟ ପାଇଁ ପରୀକ୍ଷା କର କିମ୍ବା ଛାତ୍ରଛାତ୍ରୀମାନଙ୍କର ଘରୋଇ ବିଦ୍ୟାଳୟରେ ସମସ୍ତ ବିଷୟର ୯୦ ମିନିଟ୍ ପରୀକ୍ଷା କର | ମହାମାରୀ ସମୟରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା କରିବା ଉପରେ ବିଭିନ୍ନ ରାଜ୍ୟ ମତ ରଖିଥିବା ବେଳେ ଅଧିକାଂଶ ରାଜ୍ୟ କମ ସମୟ ପାଇଁ ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଥିଲେ | ତେବେ ଏମଧ୍ୟରେ ୩୦ମିନିଟ ପରୀକ୍ଷା ହୋଇପାରେ ବୋଲି ଚର୍ଚ୍ଚା ହେଉଛି |

ସମ୍ବନ୍ଧିତ ଖବର