ପଛକୁ ପଛ ପିଟିହେଲା ୫୦ ଗାଡ଼ି, ୮ ମୃତ

ଚଣ୍ଡିଗଡ଼: ହରିୟାଣାରେ ଆଜି ଘନ କୁହୁଡ଼ି ହେତୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀ ହରିୟାଣା ମଧ୍ୟରେ ରୋହତକ-ରେୱାରି ଜାତୀୟ ରାଜପଥରେ ଆଜି ଗୋଟିଏ ସ୍ଥାନରେ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଗାଡ଼ି ପଛକୁ ପଛ ପିଟି ହୋଇ ୮ ଜଣ ପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମୃତ ୮ ଜଣଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ଆଜି ସକାଳେ ହରିୟାଣାର ଝାଜରରେ ଏକ ଫ୍ଲା‌ଏଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ଏଥିଯୋଗୁଁ ଆଜି ପ୍ରାୟ ୨ କିମି ପର୍ଯ୍ୟନ୍ତ ଟ୍ରାଫିକ୍‌ ଜାମ୍‌ ଥିଲା। ମୃତକମାନେ ଗୋଟିଏ ଗ୍ରାମର ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର