ସିଆଇଏସଏଫରେ ଭର୍ତ୍ତି ହେବେ ୧.୨ ଲକ୍ଷ ନୂଆ ଯବାନ, ପୂର୍ବତନ ସୈନିକଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ବା ସିଆଇଏସଏଫରେ ଖୁବ ଶୀଘ୍ର ୧.୨ ଲକ୍ଷ ଯବାନଙ୍କୁ ନିଯୁକ୍ତି ମିଳିପାରେ | ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆଇଏସଏଫରେ ପ୍ରଥମ ଥର ପାଇଁ ପାଖାପାଖି ୧.୨ ଲକ୍ଷ ସେବା ନିବୃତ୍ତ ଯବାନଙ୍କୁ ପୁଣି ନିଯୁକ୍ତି ଦେବାକୁ ଯୋଜନା କରାଯାଉଛି | ସିଆଇଏସଏଫର ମହାନିର୍ଦ୍ଦେଶକ ସବୁ ମହାନିରୀକ୍ଷକଙ୍କୁ ଏନେଇ ନିଜ ନିଜ ଅଞ୍ଚଳରେ ଥିବା ଶିଳ୍ପ ପ୍ରତିଷ୍ଠାନ ମାନଙ୍କର ଠିକଣା ଜଣାଇବାକୁ କହିଛନ୍ତି |

Hindustan Times

ଯେଉଁ ସବୁ ଶିଳ୍ପ ପ୍ରତିଷ୍ଠାନରେ ସିଆଇଏସଏଫ ଯବାନମାନେ ମୁତୟନ ହେବେ ସେହି ସବୁ ଶିଳ୍ପ ପ୍ରତିଷ୍ଠାନର ଠିକଣା ଦେବାକୁ କୁହାଯାଇଛି | ନୂଆ ଯୋଜନା ମୁତାବକ ସିଆଇଏସଏଫର କ୍ଷମତା ୧ ଲକ୍ଷ ୮୦ ହଜାରରୁ ୩ ଲକ୍ଷକୁ ବଢାଇବାକୁ ନଭେମ୍ବର ୫ ତାରିଖରେ ଏକ ପ୍ରସ୍ତାବ ସଂଶୋଧନ ପାଇଁ ଗୃହ ମନ୍ତ୍ରାଳୟକୁ ପଠାଯାଇଥିଲା |

ଏହା ପୂର୍ବରୁ ସେପ୍ଟେମ୍ବର ୨୩ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ୫ ବର୍ଷ ଯାଏଁ ସେବା ନିବୃତ୍ତ ଯବାନମାନଙ୍କୁ ପୁନଃ ନିଯୁକ୍ତି ଦେବା ପାଇଁ ଆଲୋଚନା ହୋଇଥିଲା |

ସମ୍ବନ୍ଧିତ ଖବର