କେଜ୍ରିୱାଲ୍‌ଙ୍କ ବିରୋଧରେ ୯୨ ପ୍ରାର୍ଥୀ! କେଜ୍ରିୱାଲ୍‌ଙ୍କ ସମ୍ପତ୍ତି ମୂଲ୍ୟ ୩.୪ କୋଟି

୫ ବର୍ଷରେ ୧.୩ କୋଟି ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗତକାଲି ୬ ଘଣ୍ଟାର ଅପେକ୍ଷା ପରେ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନୂଆଦିଲ୍ଲୀ ଆସନରେ କେଜ୍ରିୱାଲ୍‌ଙ୍କ ସମେତ ସମୁଦାୟ ୯୩ ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶୁକ୍ରବାର ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଏହିଦିନ ହିଁ ଜଣାପଡ଼ିବ କେଜ୍ରିୱାଲ୍‌ଙ୍କ ବିରୋଧରେ କେତେଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ। ଅନ୍ୟପକ୍ଷେ କେଜ୍ରିୱାଲ୍‌ ତାଙ୍କ ସମ୍ପତ୍ତିର ମୂଲ୍ୟ ୩.୪ କୋଟି ଥିବା ତାଙ୍କ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଛନ୍ତି। ଆପ୍‌ ମୁଖ୍ୟଙ୍କ ସମ୍ପତ୍ତି ୨୦୧୫ରେ ୨.୧ କୋଟି ଥିବାବେଳେ ଏଥିରେ ଆଉ ୧.୩ କୋଟି ବୃଦ୍ଧି ପାଇଛି।‌ କେଜ୍ରିୱାଲ୍‌ଙ୍କ ସତ୍ୟପାଠ ଅନୁଯାୟୀ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ୍‌ଙ୍କ ପାଖରେ ଥିବା ନଗର ଏବଂ ଏଫ୍‌ଡି ୨୦୧୫ରେ ୧୫ ଲକ୍ଷ ଥିବାବେଳେ ଏହା ୨୦୨୦ରେ ୫୭ ଲକ୍ଷରେ ପହଞ୍ଚିଛି। ସେହିପରି ‌କେଜ୍ରିୱାଲ୍‌ଙ୍କ ଟଙ୍କା ଏବଂ ଏଫ୍‌ଡି ୨୦୧୫ରେ ୨.୨ ଲକ୍ଷ ଥିବାବେଳେ ୨୦୨୦ରେ ଏହା ୯.୬ ଲକ୍ଷକୁ ବୃଦ୍ଧି ପାଇଛି। କେଜ୍ରିୱାଲ୍‌ଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ଗତ ୫ ବର୍ଷ ମଧ୍ୟରେ ୯୨ ଲକ୍ଷରୁ ୧.୭ କୋଟିକୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର