ପ୍ରଭାବଶାଳୀ ହେଲା ଦିଲ୍ଲୀର ସରକାରୀ ଶିକ୍ଷା ମଡେଲ, ଘରୋଇ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ଯୋଗଦେଲେ ୧.୬ ଲକ୍ଷ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ପ୍ରଭାବଶାଳୀ ହେଲା ଦିଲ୍ଲୀର ସରକାରୀ ଶିକ୍ଷା ମଡେଲ। ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲରେ ଯୋଗଦେଲେ ୧.୬ ଲକ୍ଷ ଛାତ୍ରଛାତ୍ରୀ। ଦିଲ୍ଲୀର ବିଭିନ୍ନ ଘରୋଇ ସ୍କୁଲରେ ପଢୁଥିବା ପାଖାପାଖି ୧.୬ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷାବର୍ଷ ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରୀ ସ୍କୁଲରେ ନାଁ ଲେଖାଇବା ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ୧.୫୮ ଲକ୍ଷ ଛାତ୍ରଛାତ୍ରୀଙ୍କ ନାଁ ଲେଖା ହୋଇସାରିଛି । ଏହି କ୍ରମରେ ଏକ ସରକାରୀ ସ୍କୁଲର ପ୍ରିନ୍ସପାଲ କହିଛନ୍ତି କି ୯ମ ଓ ଏକାଦଶ ଶ୍ରେଣୀରେ ସର୍ବାଧିକ ଘରୋଇ ସ୍କୁଲ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ନାଁ ଲେଖାଇଛନ୍ତି ।

ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଓ) ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ୧୦୩୦ ସ୍କୁଲ ପାଇଁ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ନାଁ ଲେଖାଇବା ପାଇଁ ୨,୩୬,୫୨୨ ଜଣ ପିଲା ଆବେଦନ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧,୫୮,୪୮୪ ଛାତ୍ରଛାତ୍ରୀଙ୍କ ନାଁ ଲେଖାଯାଇସାରିଛି ଓ କିଛି ଛାତ୍ରଛାତ୍ରୀଙ୍କ ନାଁ ଲେଖା ପ୍ରକ୍ରିୟା ଜାରି ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଟ୍ୱିଟ୍ କରି ଲେଖିଛନ୍ତି କି “ଭାରତ ବର୍ଷରେ ଏହା ପ୍ରଥମ ଥର ପାଇଁ ହୋଇଛି ।”

ସମ୍ବନ୍ଧିତ ଖବର