ସ୍ବାଧୀନତା ପରଠାରୁ ସର୍ବାଧିକ: ଚଳିତ ବର୍ଷ ୧.୬୨ କୋଟି ପର୍ଯ୍ୟଟକ ଜମ୍ମୁ ଓ କଶ୍ମୀର ଆସଛନ୍ତି

ଜମ୍ମୁ: ଚଳିତ ବର୍ଷ ଏପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରକୁ ରେକର୍ଡସଂଖ୍ୟକ ୧.୬୨ କୋଟି ପର୍ଯ୍ୟଟକ ଆସିଛନ୍ତି ବୋଲି ଗୁରୁବାର ଦିନ ଜଣେ ସରକାରୀ ଅଧିକାରୀ କହିଛନ୍ତି।

ସ୍ବାଧୀନତା ପରଠାରୁ ଏହା ହେଉଛି ଜମ୍ମୁ ଓ କଶ୍ମୀର ପର୍ଯ୍ୟଟନରେ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟାଠୁ ସର୍ବାଧିକ। ଏହା ଜମ୍ମୁ ଓ କଶ୍ମୀରରେ ହୋଇଥିବା ସାମଗ୍ରିକ ବିକାଶର ପ୍ରମାଣ ବୋଲି ସେ କହିଛନ୍ତି।

ଜଣେ ମୁଖପାତ୍ର କହିଛନ୍ତି, ୩ ଦଶନ୍ଧି ପରେ କଶ୍ମୀର ଲକ୍ଷ ଲକ୍ଷ୍ୟ ପର୍ଯ୍ୟଟକଙ୍କୁ ଆକର୍ଷଣ କରିଛି। ଏହା ଦେଖି ପର୍ଯ୍ୟଟନ ଶିଳ୍ପରେ ଥିବା ବ୍ୟକ୍ତିମାନେ କହୁଛନ୍ତି କି, କଶ୍ମୀର ପର୍ଯ୍ୟଟନର ସୁବର୍ଣ୍ଣ ଯୁଗ ଆସିଛି।

Image Courtesy of Jammu News Links

ପର୍ଯ୍ୟଟନ ହେଉଛି ଜମ୍ମୁ ଓ କଶ୍ମୀରର ସବୁଠୁ ବଡ଼ କର୍ମସଂସ୍ଥାନ ଉତ୍ସ। ୨୦୨୨ ଜାନୁଆରିରୁ ଆଜି ପର୍ଯ୍ୟନ୍ତ ୧.୬୨ କୋଟି ପର୍ଯ୍ୟଟକ ଜମ୍ମୁ ଓ କଶ୍ମୀର ପର୍ଯ୍ୟଟନରେ ଆସିଛନ୍ତି। ୭୫ ବର୍ଷର ସ୍ବାଧୀନତା ଭିତରେ ଏହା ହେଉଛି ସବୁଠୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ବୋଲି ସେ କହିଛନ୍ତି।

୩.୬୫ ଲକ୍ଷ ଅମରନାଥ ଯାତ୍ରୀଙ୍କ ସମେତ ରେକର୍ଡସଂଖ୍ୟକ ୨୦.୫ ଲକ୍ଷ ପର୍ଯ୍ୟଟକ ପ୍ରଥମ ୮ ମାସରେ କଶ୍ମୀର ପର୍ଯ୍ୟଟନରେ ଆସିଛନ୍ତି। ପହଲ୍‌ଗାମ୍‌, ଗୁଲ୍‌ମାର୍ଗ ଏବଂ ସୋନାମାର୍ଗ ଭଳି ପର୍ଯ୍ୟଟନସ୍ଥଳୀ ଏବଂ ଶ୍ରୀନଗରରେ ଥିବା ସମସ୍ତ ହୋଟେଲ୍‌ ଏବଂ ଅତିଥିଗୃହ ଶତପ୍ରତିଶତ ପୂର୍ଣ୍ଣ ହୋଇଯାଇଥିବା କଥା ମଧ୍ୟ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର