ମାଲିରେ ସେନା ଶିବିର ଉପରେ ବଡ଼ ଧରଣର ଆତଙ୍କବାଦୀଙ୍କ ଆକ୍ରମଣ: ୫୩ଜଣ ସୈନିକଙ୍କ ପ୍ରାଣଗଲା

ବମାକୋ: ମାଲିରେ ଏକ ସୈନ୍ୟ ଶିବିର ଉପରେ ଆତଙ୍କବାଦୀ ଅତର୍କିତ ଆକ୍ରମଣ କରିବା ଫଳରେ ପାଖାପାଖି ୫୩ଜଣ ସୈନିକ ସହିଦ ହୋଇଯାଇଥିବା ନେଇ ସରକାର ଶନିବାର ଏହାର ସୂଚନା ଦେଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ପଶ୍ଚିମ ଅଫ୍ରିକା ଦେଶରେ ଶୁକ୍ରବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ଆକସ୍ମିକ ଭାବେ ଧାରୁଆ ଅସ୍ତ୍ରଶସ୍ତ୍ର ସହିତ ମୋଟରବାଇକ୍‌ରେ ଆସି ତିନିଟି ଦଳରେ ଭାଗ ହୋଇ ସେନାଙ୍କ ଇଂଡେଲିମନେରେ ଶିବିର ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ଏତେ ତୀବ୍ର ଥିଲା କି ସୈନିକମାନେ ଶିବିର ଖାଲି କରିବା ପାଇଁ ବାଧ୍ୟ ହେବାକୁ ପଡ଼ିଥିଲେ। ଏବଂ ମାଲିୟନ ଆମର୍ଡ ଫୋର୍ସେଜ (ଏଫ୍‌ଏଏମଏ) ଅଞ୍ଚଳରେ ସ୍ଥିତିକୁ ନିୟନ୍ତ୍ରକରୁ ଆଣିବାକୁ ଅନେକ ସମୟ ଲାଗି ଯାଇଥିଲା।

ଦେଶର ସଞ୍ଚାର ମନ୍ତ୍ରୀ ୟାୟା ସଙ୍ଗାରେ ଟୁଇଟ କରି କହିଛନ୍ତି, ଆତଙ୍କବାଦୀ ଆକ୍ରମଣ କରିଥିବା ଘଟଣାସ୍ଥଳରୁ ୫୩ଜଣ ସୈନିକଙ୍କ ସମେତ ଜଣେ ନାଗରିକଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ୧୦ଜଣ ବଞ୍ଚି ଯାଇଛନ୍ତି। ଅନେକ ସମ୍ପତ୍ତି ବି ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ସ୍ଥିତିକୁ ଏବେ ଆୟତ୍ତକୁ ଅଣା ଯାଇଛି। ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକର ଚିହ୍ନଟ କରାଯାଉଛି।

ସମ୍ବନ୍ଧିତ ଖବର