ଜମ୍ମୁ-କଶ୍ମୀରରେ ଅସ୍ତ୍ର ବିରତି ଉଲ୍ଲଂଘନ, ଜଣେ ନାଗରିକ ମୃତ

କୁପୱାରା: ଜମ୍ମୁ-କଶ୍ମୀରର କୁପୱାରାଠାରେ ଥିବା ତଙ୍ଗଧ‌ାର ସେକ୍ଟରରେ ସୋମବାର ରାତିରେ ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ନାଗରିକଙ୍କ ମୃତ୍ୟୁ ଘଟିଛି। ପାକିସ୍ତାନ କରିଥିବା ଏହି ଅସ୍ତ୍ର ବିରତି ଉଲ୍ଲଂଘନରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଭାରତୀୟ ସେନା ବି ପାକିସ୍ତାନ ଉପରେ ପାଲଟା ଆକ୍ରମଣ କରି ଉଚିତ ଜବାବ ଦେଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସୈନ୍ୟ ବାହିନୀ ଓ ନିକଟସ୍ଥ ଗାଁମାନଙ୍କରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୋଳା ବାରୁଦ ବର୍ଷଣ କରିଥିଲା। ଏହା ସହ ଗୁଳିଚାଳନା ବି କରିଥିଲା।


India Today

କିଛି ଗୋଳା ବାରୁଦ ସାଧାରଣ ନାଗରିକଙ୍କ ବାସସ୍ଥାନରେ ପଡ଼ିବା ଫଳରେ ଜଣେ ନାଗରିକଙ୍କର ମୃତ୍ୟୁ ଘଟିଛି ଓ ୪ ଜଣ ଆହତ ‌ହୋଇଛନ୍ତି। ପାକିସ୍ତାନର ଏହି ଗୋଳା ବାରୁଦ ବର୍ଷଣରେ କିଛି ଲୋକଙ୍କ ବାସଭବନ ବି ନଷ୍ଟ ହୋଇଯାଇଛି।

ଉଲ୍ଳେଖଯୋଗ୍ୟ, ଫେବ୍ରୁଆରି ୨ ତାରିଖରେ ତଙ୍ଗଧ‌ାର, ଗୁରେଜ, ବାଲାକୋଟ୍‌ ଓ ମାନ୍ଧାର ଆଦି ସେକ୍ଟରରେ ଭିଭିନ୍ନ ସ୍ଥାନରେ ପାକିସ୍ତାନ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲା। ଏହି ଅସ୍ତ୍ର ବିରତି ଉଲ୍ଲଂଘନରେ ଜଣେ ସେନା ଯବାନ ସହିଦ ହୋଇଥିଲେ।

 

 

ସମ୍ବନ୍ଧିତ ଖବର