ମମତାଙ୍କ ମୃତଦେହ ‌ଦେଖିବା ପାଇଁ ୧ କୋଟି ଅଫର୍‌

କୋଲକାତା: ପଶ୍ଚିମବଙ୍ଗ‌ରେ ନିର୍ବାଚନୀ ଜନିତ ହିଂସା ଏବଂ ରକ୍ତପାତ କମୁନି। ହିଂସା ପାଇଁ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା ଧମକ ଆସିଥିବା କୁହାଯାଉଛି। ଜଣେ ଟିଏମ୍‌ସି ସାଂସଦଙ୍କ କହିବା ଅନୁଯାୟୀ ସେ ଏକ ଚିଠି ପାଇଛନ୍ତି। ଚିଠିଟିରେ ମମତାଙ୍କ ମୃତ‌ଦେହ ଦେଖିବାପାଇଁ ୧ କୋଟି ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଉଛି। ଚିଠି ପାଇଥିବା ଟିଏମ୍‌ସି ସାଂସଦ ହେଉଛନ୍ତି ଆରମବାଗ୍‌ର ଅପରୁନା ପୋଦ୍ଦାର। ସୂଚନାନୁଯାୟୀ ଏହି ଚିଠିଟି‌ରେ ରାଜୀବ କିଲ୍ଲା ନାମକ ଜଣେ ବ୍ୟକ୍ତି ସ୍ବାକ୍ଷର କରିଛନ୍ତି। ଏଥିରେ ମମତାଙ୍କର ଏକ ବିକୃ୍ତ ଫଟୋ ଲାଗିଛି ଏବଂ ତାଙ୍କୁ ଜଣେ ରାକ୍ଷସୀ ଭାବେ ବର୍ଣ୍ଣନା କରାଯାଇଛି। ଚିଠିଟିରେ ମୋବାଇଲ୍‌ ନମ୍ବର ମଧ୍ୟ ଅଛି। ପୋଦ୍ଦାର ଏନେଇ ଶ୍ରୀରାମପୁର ଥାନାରେ ଏକ ଅଭିଯୋଗ ଦାଏର କରିଛନ୍ତି। ଅନ୍ୟପ‌‌କ୍ଷେ ଚିଠିରେ ଯେଉଁବ୍ୟକ୍ତିଙ୍କ ନାଁ ଅଛି ସେହି ନାଁରେ ଅନ୍ୟଜଣେ ବ୍ୟକ୍ତି ଏବେ ପୁଲିସରେ ଅଭି‌ଯୋଗ କରିଛନ୍ତି। ତାଙ୍କୁ ବଦନାମ୍‌ କରିବାପାଇଁ କିଏ ଏମିତି ଚକ୍ରାନ୍ତ କରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର