ଉଜ୍ଜ୍ୱଳା ଗ୍ରାହକଙ୍କ ପାଇଁ ବଡ଼ ଖବର: ଏଣିକି ଏକାଥରେ ୩ଟି ଡିଲରଙ୍କ ପାଖରେ କରିପାରିବେ ବୁକିଂ

ନୂଆଦିଲ୍ଲୀ: ଘରେ ଘରେ ପହଞ୍ଚିବ ରନ୍ଧନ ଗ୍ୟାସ୍ । ଆଉ କୋଟିଏ ଲୋକଙ୍କୁ ମିଳିବ ମାଗଣା ଗ୍ୟାସ୍ ସଂଯୋଗ । ଦିନକୁ ଦିନ ଗ୍ୟାସ ଦର ବଢୁଥିବା ବେଳେ ଉଜ୍ଜ୍ବଳା ଯୋଜନାରେ କେନ୍ଦ୍ର ସରକାର ଅଧିକରୁ ଅଧିକ ଗ୍ୟାସ ସଂଯୋଗ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ତୈଳ ସଚିବ କହିଛନ୍ତି, ଆସନ୍ତା ୨ବର୍ଷ ମଧ୍ୟରେ ଆଉ ୧ କୋଟି ମାଗଣା ଗ୍ୟାସ ସଂଯୋଗ ଦେବା ପାଇଁ ପ୍ରୟାସ କରାଯାଉଛି ।

ସବୁଠୁ ବଡ଼ କଥା ହେଉଛି, ଗ୍ୟାସ ସଂଯୋଗ ପାଇଁ ଲୋକଙ୍କୁ ଆଉ ପ୍ରମାଣପତ୍ର ଦେବାକୁ ପଡ଼ିବ ନାହିଁ । ବିନା ପ୍ରମାଣ ପତ୍ରରେ ଲୋକଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ମିଳିବ । ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ସତ, କିନ୍ତୁ ସରକାରଙ୍କ କହିବା କଥା ହେଲା ଏବେ ଯେଉଁ ସବସିଡି ମିଳୁଛି, ସେଥିରେ ସଂଯୋଗ ବାଣ୍ଟିବାର କାମ ଆରାମରେ ହୋଇଯାଇପାରିବ । ତେବେ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଏବେ ସୁଦ୍ଧା ପ୍ରାୟ ୮ କୋଟି ଲୋକଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଯୋଗାଇ ଦିଆଯାଇସରିଲାଣି ଏବଂ ଆଉ ଯେଉଁ ୧କୋଟି ଲୋକଙ୍କ ପାଖରେ ଏଯାଏଁ ସଂଯୋଗ ପହଞ୍ଚିନି ତାଙ୍କ ପାଖରେ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ସଂଯୋଗ ଦେବାକୁ ଯୋଜନା କରାଯାଉଛି ।
1 crore more free LPG connections in 2 years: Oil Secretary
The Tribune
କେବଳ ଏତିକି ନୁହେଁ, ଗ୍ୟାସ ବୁକିଂ କରିବାର ୪ରୁ ୫ ଦିନ ପର୍ଯ୍ୟନ୍ତ ଘରେ ଗ୍ୟାସ୍ ପହଞ୍ଚି ପାରୁନାହିଁ । ଆଉ ବୁକିଂ ହୋଇଥିବା ଗ୍ୟାସ ପହଞ୍ଚିବା ପୂର୍ବରୁ ଗ୍ୟାସ ସରିଯାଉଛି। କିନ୍ତୁ ଏବେ ଆଉ ଚିନ୍ତା କରିବାର ନାହିଁ । ଏହାକୁ ଦୃଷ୍ଟିରେ ରଖି  ଗ୍ରାହକଙ୍କ ପାଇଁ ମୋଦୀ ସରକାର ଆଉ ଏକ ସୁବିଧା ମଧ୍ୟ କରିବାକୁ ଯାଉଛନ୍ତି । ଏଣିକି ଗ୍ରାହକ ଚାହିଁଲେ ୩ଟି ଡିଲରଙ୍କଠାରୁ ଏଲପିଜି ଅର୍ଡର କରିପାରିବେ । ଆଉ ବୁକିଂ ଗ୍ୟାସ ଘରେ ପହଞ୍ଚିବା ପାଇଁ ବିଳମ୍ବ ହେବ ନାହିଁ ।
ସମ୍ବନ୍ଧିତ ଖବର