ମେଲ୍ବର୍ଣ୍ଣ: ରବିବାର ଦିନ ଅଭ୍ୟନ୍ତର ମେଲ୍ବର୍ଣ୍ଣସ୍ଥିତ ଗୋଟିଏ ନାଇଟ୍କ୍ଲବ୍ ବାହାରେ ଗୁଳିକାଣ୍ଡ ଘଟିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ତିନି ଜଣ ଲୋକ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଟି ଜଣେ ସିକ୍ୟୁରିଟି ଗାର୍ଡ। ଆକ୍ରମଣ ସମୟରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୁହଁକୁ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ।
ଏହା ଆତଙ୍କବାଦୀ ଆକ୍ରମଣ କି, ନୁହେଁ ପୁଲିସ କହି ପାରି ନାହିଁ।
ପୁଲିସ କହିଛି ଯେ ପାହାନ୍ତା ପ୍ରାୟ ୩: ୨୦ ସମୟରେ ପ୍ରାହରାନ୍ ଅନ୍ତର୍ଗତ ଲିଟଲ୍ ଚାପେଲ୍ ଷ୍ଟ୍ରିଟ୍ ଏବଂ ମାଲବର୍ଣ୍ଣ ରୋଡ୍ ନିକଟରେ ଗୁଳିକାଣ୍ଡ ଘଟିଛି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ପୁଲିସ ଉଦ୍ୟମ କରୁଛି। ଜଣେ ଅପରିଚିତ ବ୍ୟକ୍ତି ଏବଂ ଜଣେ ୨୮ ବର୍ଷିୟ ବ୍ୟକ୍ତି ଗୁଳି ଚୋଟରେ ଆହତ ହୋଇଛନ୍ତି। ଏଥିରେ ଆହତ ହୋଇଥିବା ଆଉ ଦୁଇ ଜଣ ବ୍ୟକ୍ତି ବିପଦମୁକ୍ତ ଅଛନ୍ତି।
ପୁଲିସ କହୁଛି କେହି ଚଳନ୍ତା ଗାଡ଼ିରୁ ଗୁଳି ମାରିଛି। ସ୍ଥାନୀୟ ଗୁଇନ୍ଦାମାନେ ଘଟଣାର ତଦନ୍ତ କରୁଛନ୍ତି।
ପୁଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଅଞ୍ଚଳକୁ ନ ଯିବାକୁ ଲୋକମାନଙ୍କୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Untitled-1-copy-5.jpg)