ଉତ୍ତରପ୍ରଦେଶର ଇଫକୋ ୟୁନିଟରେ ବଏଲର ବିସ୍ଫୋରଣ: ଜଣେ ମୃତ, ୪ଆହତ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବଏଲର ବିସ୍ଫୋରଣ। ଏହି ଦୁର୍ଘଟଣାର ଶିକାର ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ବିସ୍ଫୋରଣଟି ଇଫକୋର ଫୁଲପୁର ସାର ୟୁନିଟରେ ଘଟିଛି।

ମିଳିଥିବା ସୂଚନା ମୁତାବକ, ବିସ୍ଫୋରଣ ଦିନ ୧ଟା ୧୫ମିନିଟରେ ଘଟିଥିଲା। ଘଟଣା ପରେ ସାର ୟୁନିଟ ଭିତରେ ଥିବା ୫ଜଣ ଲୋକ ଏହି ବିସ୍ଫୋରଣର ଶିକାର ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଯିବା ପରେ ଫସିରହିଥିବା ୫ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସହ ଅନ୍ୟ ୪ଜଣ ଗୁରୁତର ଆହତ ହୋଇଥିଲେ। ଏବେ ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୂର୍ବରୁ ୨୦୧୭ରେ ଉତ୍ତରପ୍ରଦେଶର ରାଏବରେଲିରେ  ଅବସ୍ଥିତ ଏନଟିପିସି ପାଓ୍ଵାର ପ୍ଲାଣ୍ଟର ବଏଲର ପାଇପ୍‌ରେ ବିସ୍ଫୋରଣ ଘଟିବାରୁ ୧୨ ଜଣଙ୍କର ମୃତ୍ୟୁ ହୋଇଥିଲା। ୫୦୦ମେଗାଓ୍ଵାଟ୍‌ ପାଓ୍ଵାର ୟୁନିଟ୍‌ର ୬ନମ୍ବର ୟୁନିଟ୍‌ରେ ଶହେରୁ ଊର୍ଦ୍ଧ୍ୱ ଶ୍ରମିକ କାର୍ଯ୍ୟରତ ଥିବାବେଳେ  ୩୦ ବର୍ଷ ପୁରୁଣା ବଏଲର ପାଇପ୍‌ ହଠାତ ଫାଟିଯିବା ଫଳରେ ତତ୍‌କ୍ଷଣାତ ଚାରିଆଡ଼କୁ ନିଆଁ ବ୍ୟାପିଯାଇଥିଲା। ପ୍ରଚଣ୍ଡ ନିଆ ଓ ଧୂଆ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିବା ସହ ୧୨ଜଣଙ୍କ ପ୍ରାଣହାନି ଘଟିଥିଲା।

ସମ୍ବନ୍ଧିତ ଖବର