ଚମୋଲି: ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ଚମୋଲିରେ ବାଦଲଫଟା ବର୍ଷା ହୋଇ ସମଗ୍ର ଅଞ୍ଚଳରେ ବ୍ୟାପକ କ୍ଷତି ଘଟିଛି। ଥରାଲି ବଜାର, କୋଟଦୀପ ଏବଂ ଥରାଲି ତହସିଲ କମ୍ପ୍ଲେକ୍ସରେ ପ୍ରବଳ ପରିମାଣର ଭଗ୍ନାବଶେଷ ଘର, ଏସଡିଏମ୍ ବାସଭବନ ଏବଂ ଅନ୍ୟାନ୍ୟ କୋଠାବାଡ଼ିରେ ପାଣି ପଶିଯିବାରୁ ପ୍ରବଳ କ୍ଷତି ହୋଇଛି।
ତହସିଲ କମ୍ପ୍ଲେକ୍ସରେ ପାର୍କିଂ ହୋଇଥିବା ଅନେକ ଯାନବାହାନ ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିଲା। ପାଣିର ପ୍ରବଳ ପ୍ରବାହ ସହରର ରାସ୍ତାଗୁଡ଼ିକୁ ଅସ୍ଥାୟୀ ପୋଖରୀରେ ପରିଣତ କରିଛି।
ରିପୋର୍ଟ ଅନୁଯାୟୀ, ନିକଟବର୍ତ୍ତୀ ସାଗୱାରା ଗାଁରେ ଜଣେ ଯୁବତୀଙ୍କ ଭଗ୍ନାବଶେଷ ତଳେ ଫସି ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଯାହା ଫଳରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ଥାନୀୟ ବାସିନ୍ଦାମାନେ ଘରୁ ବାହାରକୁ ବାହାରି ଆସିଥିଲେ।
ତେବେ ଏହି ପ୍ରାକୃତିକ ବିପର୍ଯ୍ୟାୟ ଜଣଙ୍କ ଜୀବନ ନେଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଥିବା ରିପୋର୍ଟ ହୋଇଛି, ଯାହା ଜରୁରୀକାଳୀନ ପରିସ୍ଥିତିକୁ ଆହୁରି ଘନୀଭୂତ କରିଛି।
ଏହି ଦୁର୍ଘଟଣା ଉପରେ ଚିନ୍ତା ପ୍ରକାଶ କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ସେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ତଦାରଖ କରୁଥିବା ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି: "ଗତକାଲି ବିଳମ୍ବିତ ରାତିରେ, ଚମୋଲି ଜିଲ୍ଲାର ଥରାଲି ଅଞ୍ଚଳରେ ବାଦଲଫଟା ବର୍ଷାର ଏକ ଦୁଃଖଦ ରିପୋର୍ଟ ମିଳିଛି। ଜିଲ୍ଲା ପ୍ରଶାସନ, ଏସ୍ଡିଆର୍ଏଫ୍ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ, ମୁଁ ସ୍ଥାନୀୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛି ଏବଂ ବ୍ୟକ୍ତିଗତ ଭାବରେ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସମସ୍ତଙ୍କ ସୁରକ୍ଷା ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/23/new-project-53-2025-08-23-09-20-49.jpg)