ଉମାଭାରତୀଙ୍କ ପୁତୁରା କାର ଧକ୍କାରେ ୧ ମୃତ

ନୂଆଦିଲ୍ଲୀ : ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ପୁତୁରା ରାହୁଲ ଲୋଧୀଙ୍କ କାର ଧକ୍କାରେ ଜଣେ ବ୍ୟକ୍ତି ନିହତ ହେବା ସହ ଆଉ ଜଣେ ଆହତ ହୋଇଛି । ଏହି ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଟିକମଗଡ଼ ଜିଲ୍ଲାର ବଲଦେବଗଡ ସହରରେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କାରଟିକୁ ରାହୁଲ ନିଜେ ଅତ୍ୟନ୍ତ ଦ୍ରୁତ ଗତିରେ ଚଳାଉଥିଲେ । ଦ୍ରୁତ ଗତି ଯୋଗୁଁ କାରଟି ନିୟନ୍ତ୍ରଣ ହରାଇ ଉକ୍ତ ଦୁଇବ୍ୟକ୍ତିଙ୍କ ଉପରେ ମାଡିଯାଇଥିଲା । ଘଟଣାସ୍ଥଳରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଆଉଜଣେ ଆତହ ହୋଇ ଚିକିତ୍ସିତ ହେଉଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ଦୋଷୀ ରୋହୁଲ ବିରୋଧରେ ମାମଲା ରୁଜ୍ଜୁ ପାଇଁ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ରାହୁଲ ଲୋଧୀ ନିଜେ ମଧ୍ୟ ଉତ୍ତରପ୍ରଦେଶର ଖରଗପୁର ଆସନରୁ ବିଜେପି ବିଧାୟକ ଅଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର