ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର କାକିନାଡା ଓ ୟାନମ୍‌ ମଧ୍ୟଭାଗରେ ବାତ୍ୟା ପେଥାଇ ଲ୍ୟାଣ୍ଡଫଲ (ଭୂମିସ୍ପର୍ଶ)  କରିଛି। ପେଥାଇର ଲ୍ୟାଣ୍ଡଫଲ ପ୍ରକ୍ରିୟା ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେତୁ ବିଜଓ୍ଵାଡା ସହରରେ ଭୁସ୍ଖଳନ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଆଉ କେହି ଏଥିରେ ମୃତାହତ ହୋଇଥିବା ଖବର ମିଳିଛି। ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ୭ଟି ଉପକୂଳବର୍ତ୍ତୀ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆନ୍ଧ୍ରପ୍ରଦେଶ  ଉପକୂଳବର୍ତ୍ତୀ ଜିଲ୍ଲା ଯେପରି ଗୁନ୍‌ଟୁର୍‌, କ୍ରିଷ୍ଣା, ପୂର୍ବ ଗୋଦାବରୀ, ଇଷ୍ଟ ଗୋଦବରୀ, ବିଶାଖାପାଟନମ୍‌ ଓ ଶ୍ରିକାକୁଲମ୍‌ ଆଦି ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି । ଆନ୍ଧ୍ରରେ ବାତ୍ୟାର ମୁକାବିଲା ପାଇଁ ୧୨ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ମହଜୁଦ ରହିଛି। ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ସରକାର ତତ୍ପର ହୋଇଛନ୍ତି।

Advertisment

publive-image

ଆନ୍ଧ୍ରପ୍ରଦେଶରୁ ଯାତ୍ରା ଆରମ୍ଭ କରିବାକୁ ଥିବା ୫୦ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ସେହିପରି ଦିଲ୍ଲୀରୁ ବିଶାଖାପାଟନମ୍‌ ଅଭିମୁଖେ ଉଡ଼ିବାକୁ ଥିବା ବିମାନର ସମୟ ପରିବର୍ତ୍ତନ କରି ଦିଆଯାଇଛି। ଅନେକ ପାସେଞ୍ଜର୍‌ ଟ୍ରେନ୍‌ ମଧ୍ୟ ବାତିଲ ହୋଇଛି।

ଅନ୍ୟପକ୍ଷରେ ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ଲାଗି ରହିଛି । ପେଥାଇ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ସୋମବାରଠାରୁ ରାଜ୍ୟର ୪ଟି ଜିଲ୍ଲାରେ ଭୀଷଣ ବର୍ଷା ହେବାକୁ ଥିବାବେଳେ ମଙ୍ଗଳବାର ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।