ଟ୍ରକ୍ ଚାଳକ କଲେ ଆଇନ ଉଲଙ୍ଘନ, ଗଣିଲେ ୧ଲକ୍ଷ ୪୧ ହଜାର ୭ଶହ ଟଙ୍କା

ଜାଣନ୍ତୁ କେଉଁ ଆଇନ ଉଲଙ୍ଘନ କରି ଗଣିଛନ୍ତି ଜେରିମାନା ।

ନୂଆ ମୋଟର ଜାନ ନିୟମ ଲାଗୁ ହେବା ପରେ ସତେ ଯେମିତି ଗାଡି ଚାଳକଙ୍କ ଉପରେ ଚଡକ ପଡିଛି । କେଉଁଠି ଅଟୋ ଚାଳକ ୫୨ ହଜାରର ଚାଲାଣ କାଟିଲେଣି ତ ଆଉ କେଉଁଠି ବାଇକ ଚାଳକ ହଜାର ହଜାର ଟଙ୍କା ଗଣିଲେଣି । ଆଉ ଟ୍ରକ ଚାଳକଙ୍କ କଥା ନକହିଲେ ଭଲ । ଓଭର ଲୋଡିଂ ଏବଂ ଅନ୍ୟାନ୍ୟ ଆଇନ ଉଲଙ୍ଘନ କରି ସମ୍ବଲପୁରରେ ଜଣେ ଟ୍ରକ୍ ଚାଳକ ୮୬ ହଜାର ଟଙ୍କା ଦେଇଥିବା ବଳେ ଦିଲ୍ଲୀରୁ ଚମକାଇ ଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀରେ ଜଣେ ଟ୍ରକ ଚାଳକ ୫୦ ହଜାର ନୁହେଁ କି ୬୦ ହଜାର ନୁହେଁ ଏକାଥରେ ୧ଲକ୍ଷ ୪୧ ହଜାର ୭ଶହ ଟଙ୍କାର ତଣ୍ଡ ଗଣିଛନ୍ତି ।

ସୂଚନା ଅନୁଯାୟୀ, ରାଜସ୍ଥାନର ଜଣେ ଟ୍ରକ୍ ମାଲିକ ଦିଲ୍ଲୀର ରୋହିଣୀ କୋର୍ଟରେ ୧ଲକ୍ଷ ୪୧ହଜାର ଟଙ୍କା ତଣ୍ଡ ଗଣିଛନ୍ତି । ତେବେ ଆସନ୍ତୁ ଜାଣିବା ଟ୍ରକ ଚାଳକ କେଉଁ ଆଇନ ଉଲଙ୍ଘନ କରି ଜେରିମାନା ଗଣିଛନ୍ତି । ଗତ ସେପ୍ଟେମ୍ବର ୫ ତାରିଖ ଦିନ ଟ୍ରକରେ ଓଭଲ ଲୋଡିଂ ପାଇଁ ୭୦ ହଜାର ଟାଙ୍କା ଏବଂ ଟ୍ରକରେ ଅଧିକ ଜିନିଷ ଲୋଡିଂ କରିଥିବାକୁ ମାଲିକଙ୍କ ଉପରେ ୭୦ ହଜାର ଟଙ୍କାର ଚାଲାଣ କଟାଯାଇଥିଲା । ତେବେ ଗତ ୯ ତାରିଖ ଦିନ ଦିଲ୍ଲୀ ରୋହିଣୀ କୋର୍ଟରେ ଟ୍ରକ ମାଲିକ ଜରିମାନା ଭରିଦେଇଥିବା ସୂଚନାରୁ ଜଣାପଡିଛି ।
ତେବେ ଦେଶରେ ଏହି ନୂଆ ମୋଟର ଯାନ ଆଇନ ଲାଗୁ ହେବାର ମାତ୍ର ୧୦ ଦିନ ମଧ୍ୟ ଏଭଳି ଅନେକ ଘଟଣା ସମ୍ନାକୁ ଆସିଲାଣି । ଏହାର କାରଣ ହେଉଛି ଚାଳକଙ୍କୁ ନୂଆ ଆଇନ ସମ୍ପର୍କରେ ସଠିକ ତଥ୍ୟ ଜଣା ନଥିବାରୁ ବୋଧ ହୁଏ ଏଭଳି ଭୁଲ ଗାଡି ଚାଳକ ମାନେ କରିବସୁଛନ୍ତି । ତଣୁ ଦେଶରେ ଏହି ନିୟମକୁ କିଛି ମାତ୍ରାରେ କୋହଳ କରାଯାଇ ଲୋକମାନଙ୍କୁ ଯଦି ସଚେତନ କରାଯାଆନ୍ତା ତେବେ ଆଗତ ଦିନ ମାନଙ୍କରେ ସାଧାରଣ ଲୋକଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡନ୍ତା ନାହିଁ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର