ହାଇଦ୍ରାବାଦ: ତେଲେଙ୍ଗାନାରେ ଆସନ୍ତା ଡିସେମ୍ବର ୭ ତାରିଖରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପକ୍ଷରୁ ଏହି ରାଜ୍ୟର ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ଅଭିନବ ଚିନ୍ତା କରାଯାଇଛି। ରାଜ୍ୟ ପାଇଁ ଦଳ ପ୍ରସ୍ତୁତ କରିଥିବା ନିର୍ବାଚନୀ ଇସ୍ତାହାରରେ ଅନେକ ଆକର୍ଷଣୀୟ ପ୍ରସ୍ତାବ ରହିଛି। ବିଧାନସଭା ନିର୍ବାଚନରେ ବିଜେପି ଜିତିଲେ ବର୍ଷକୁ ଏକ ଲକ୍ଷ ଗାଈ ମାଗଣାରେ ଆବଣ୍ଟନ କରାଯିବ ବୋଲି ଏଥିରେ ଦର୍ଶାଯାଇଛି। ପ୍ରତିବର୍ଷ ଗ୍ରାମଗୁଡ଼ିକରେ ଏହି ଗାଈ ଯୋଗାଇ ଦିଆଯିବ। ବିଜେପି ନିର୍ବାଚନ ଇସ୍ତାହାର କମିଟି ଅଧ୍ୟକ୍ଷ ଏନ୍ଭିଏସ୍ଏସ୍ ପ୍ରଭାକର ଶନିବାର ଏହି ସୂଚନା ଦେଇଛନ୍ତି। ବିଜେପିର ଅନ୍ୟ ପ୍ରସ୍ତାବ ମଧ୍ୟରେ ହାଇଦ୍ରାବାଦକୁ କାମ ଅନ୍ବେଷଣରେ ଆସୁଥିବା ଅନ୍ୟ ରାଜ୍ୟର ଲୋକଙ୍କୁ ସୁରକ୍ଷା, ପେଟ୍ରୋଲ ଓ ଡିଜେଲ୍ ଉପରେ ଟିକସ ଛାଡ଼, ଯୁବପିଢ଼ିଙ୍କୁ ମାଗଣାରେ ଅନ୍ଲାଇନ୍ କୋଚିଂ ଆଦି ରହିଛି।
ବିଜେପିର ନିର୍ବାଚନୀ ଇସ୍ତାହାର, ତେଲେଙ୍ଗାନାକୁ ବର୍ଷକୁ ଲକ୍ଷେ ଗାଈ
/sambad/media/post_attachments/wp-content/uploads/2018/11/Cow-to-Telengana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)