ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୧ ଲକ୍ଷ କୋଟି, ବିଦେଶୀ ପୁଞ୍ଜି ଆକୃଷ୍ଟ କରାଯିବ

ନୂଆଦିଲ୍ଲୀ : କୃଷି ପରି ଶିକ୍ଷା ଉପରେ ମଧ୍ୟ ବିଶେଷ ଦୃଷ୍ଟି ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଲୋକସଭାରେ ବଜେଟ ଉପସ୍ଥାପନ କରି ସେ କହିଛନ୍ତି ଯେ ସରକାର ଖୁବଶୀଘ୍ର ଏକ ନୂଆ ଶିକ୍ଷାନୀତି ଆଣିବେ । ନୂଆ ଶିକ୍ଷାନୀତି ପାଇଁ ସାରାଦେଶରୁ ପ୍ରାୟ ୨ ଲକ୍ଷ ପ୍ରସ୍ତାବ ଓ ମତାମତ ଆସିଥିବା ସେ କହିଛନ୍ତି ।
ବଜେଟରେ ଶିକ୍ଷା କ୍ଷେତ୍ର ପାଇଁ ୯୯,୩୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହା ସହିତ ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା ରଖାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶର ଶିକ୍ଷା ଓ ତାଲିମ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବାକୁ ଏ କ୍ଷେତ୍ର ପାଇଁ ବିଦେଶୀ ପୁଞ୍ଜି ନିବେଶ ଆକୃଷ୍ଟ କରାଯିବ । ସେହିପରି ଜାତୀୟ ପୁଲିସ ବିଶ୍ୱବିଦ୍ୟାଳୟ ଓ ଜାତୀୟ ଫୋରେନସିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି । ଡାକ୍ତର ନିଅଣ୍ଟର ମୁକାବିଲା କରିବା ପାଇଁ ପିପିପି ମୋଡରେ ମେଡିକାଲ କଲେଜ ସହ ଜିଲ୍ଲା ହସପିଟାଲଗୁଡ଼ିକୁ ସଂଯୋଗ କରାଯିବ । ସେହିପରି ଯୁବ ଇଂଜିନିୟରମାନଙ୍କୁ ପୌରସଂସ୍ଥାଗୁଡ଼ିକରେ ଇଣ୍ଟର୍ଣ୍ଣସିପ ସୁଯୋଗ ପ୍ରଦାନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

ସମ୍ବନ୍ଧିତ ଖବର