ଏଇ କାର୍‌କୁ କେହି ହ୍ୟାକ୍‌ କରି ପାରିଲେ ପାଇବେ ୭. ୧୦ କୋଟି ଟଙ୍କା ପୁରସ୍କାର

ନୂଆଦିଲ୍ଲୀ: ଟେଲ୍‌ସା ମଡେଲ୍‌-ଥ୍ରୀ କାର୍‌ରେ ସିକ୍ୟୁରିଟି ତ୍ରୁଟିବିଚ୍ୟୁତି ବାହାର କରିବା ଉଦ୍ଦେଶ୍ୟରେ ହ୍ୟାକର୍‌ମାନଙ୍କୁ ଉତ୍ସାହ ଦେବା ନିମନ୍ତେ ଏକ ହ୍ୟାକିଙ୍ଗ୍‌ ପ୍ରତିଯୋଗିତା ୧ ମିଲିୟନ୍‌ ଡଲାର୍‌ ବା ୭. ୧୦ କୋଟି  ଟଙ୍କା ପୁରସ୍କାର ଘୋଷଣା କରିଛି।

ପିଡବ୍ଲୁଏନ୍‌ଟୁଓଡବ୍ଲୁଏନ୍‌ ନିରାପତ୍ତା ସମ୍ମିଳନୀ ଇଲେକ୍‌ଟ୍ରିକ୍‌ କାର୍‌ ନିର୍ମାତାଙ୍କ ସହ ମିଳିତ ହୋଇ ଗବେଷକମାନଙ୍କୁ ମଡେଲ୍‌-ଥ୍ରି କାର୍‌ର ସଫ୍‌ଟ୍‌େଓ୍ଵର୍‌ରେ ଥିବା ତ୍ରୁଟିବିଚ୍ୟୁତି ଖୋଜିବା ସହ ୩୫, ୦୦୦ ଡଲାର୍‌ ରୁ ୨୫୦, ୦୦୦ ଡଲାର୍‌ ଯାଏଁ ପୁରସ୍କାର ପାଇବା ସୁଯୋଗ ସୃଷ୍ଟି କରିଛନ୍ତି।

ପ୍ରଥମେ ଯିଏ ଭାଇରସ୍‌ ଆବିଷ୍କାର କରିବେ ତାଙ୍କୁ ଟେଲ୍‌ସା ସୌଜନ୍ୟରୁ ଏକ ମଡେଲ୍‌-ଥ୍ରି କାର୍‌ ପୁରସ୍କାର ଦିଆଯିବ।

ଟ୍ରେଣ୍ଡ୍‌ ମାଇକ୍ରୋ ସିକ୍ୟୁରିଟି ରିସର୍ଚ ଫାମର ବରିଷ୍ଠ ନିର୍ଦେଶକ ବ୍ରିଏନ୍‌ ଗୋରେନ୍‌କ୍‌ କହନ୍ତି: ୨୦୦୭ ମସିହାରୁ ପିଡବ୍ଲୁଓଡବ୍ଲୁଏନ୍‌ ନିରାପତ୍ତା ତ୍ରୁଟିବିଚ୍ୟୁତି ଗବେଷଣାରେ ପ୍ରତିଯୋଗତି କରାଇ ଶିଳ୍ପରେ ଅଗ୍ରଣୀ ହୋଇ ଆସୁଛି।

ସଫଳ ଗବେଷକମାନଙ୍କ ନାମ ଟେଲ୍‌ସା େଓ୍ଵବ୍‌ସାଇଟ୍‌ ‘ଟେଲ୍‌ସା ସିକ୍ୟୁରିଟି ରିସର୍ଚର୍‌ ହଲ୍‌ ଅଫ୍‌ ଫେମ୍‌’ରେ ଅନ୍ତର୍ଭୁକ୍ତ କରାଯାଉଛି।

ସମ୍ବନ୍ଧିତ ଖବର