ଜିନିଭା: ରୁଷ୍ ଆକ୍ରମଣ କରିବାର ସପ୍ତାହକ ମଧ୍ୟରେ ୧ ନିୟୁତ ୟୁକ୍ରେନୀୟ ଦେଶ ଛାଡ଼ି ପଳାୟନ କରିଥିବା କଥା ଜାତିସଂଘ ଶରଣାର୍ଥୀ ଏଜେନ୍ସି କହିଛି। ‘ୟୁଏନ୍ଏଚ୍ସିଆର୍’ ହିସାବ ଅନୁସାରେ ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ ୟୁକ୍ରେନ୍ ଜନସଂଖ୍ୟାର ୨%ରୁ ଅଧିକ ଦେଶ ଛାଡ଼ିଛନ୍ତି। ୨୦୨୦ ସୁଦ୍ଧା ୟୁକ୍ରେନ୍ର ସମୁଦାୟ ଜନସଂଖ୍ୟା ୪୪ ନିୟୁତ ଥିବା କଥା ‘ବିଶ୍ବ ବ୍ୟାଙ୍କ୍’ ଗଣନାରୁ ଜଣାପଡ଼ିଥିଲା।
ପ୍ରାୟ ୪ ନିୟୁତ ଜନତା ୟୁକ୍ରେନ୍ ଛାଡ଼ି ଚାଲିଯାଇ ପାରନ୍ତି ବୋଲି ‘ୟୁଏନ୍ଏଚ୍ସିଆର୍’ ଭବିଷ୍ୟବାଣୀ କରିଛି। ଦେଶତ୍ୟାଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇ ପାରେ ବୋଲି ମଧ୍ୟ ଜାତସଂଘ ଏଜେନ୍ସି କହିଛି।
/sambad/media/post_attachments/wp-content/uploads/2022/03/ukr-1.jpg)
ଇ-ମେଲ୍ରେ ‘ୟୁଏନ୍ଏଚ୍ସିଆର୍’ ମୁଖପାତ୍ର ଜୋଙ୍ଗ୍-ଆହ୍ ଗେଡିନି-ୱିଲିୟମ୍ସ୍ ଲେଖିଛନ୍ତି: ଜାତୀୟ କର୍ତ୍ତୃପକ୍ଷଙ୍କଦ୍ବାରା ସଂଗୃହୀତ ଗଣନା ଆଧାରିତ ଆମ ତଥ୍ୟାବଳି ସୂଚାଉଛି ଯେ, କେନ୍ଦ୍ରୀୟ ୟୁରୋପ୍ରେ ରାତି ଅଧ ସୁଦ୍ଧା ୧ ନିୟୁତ ଜନତା ଦେଶ ଛାଡ଼ି ଚାଲିଯାଇଛନ୍ତି।
/sambad/media/post_attachments/wp-content/uploads/2022/03/ukr1.jpg)
ଟୁଇଟ୍ କରି ଜାତିସଂଘ ଶରଣାର୍ଥୀ ହାଇ କମିସନର୍ ଫିଲିପ୍ପୋ ଗ୍ରାଣ୍ଡି ଲେଖିଛନ୍ତି: ମାତ୍ର ୭ ଦିନରେ ୟୁକ୍ରେନ୍ରୁ ୧ ନିୟୁତ ଶରଣାର୍ଥୀ ପଡ଼ୋଶୀ ଦେଶମାନଙ୍କୁ ଚାଲିଯାଇଛନ୍ତି।
ବୁଧବାର ଦିନ ‘ୟୁଏନ୍ଏଚ୍ସିଆର୍’ର ମୁଖପାତ୍ର ଶାବିୟା ମଣ୍ଟୁ କହିଛନ୍ତି, ଏଭଳି ହାରରେ ୟୁକ୍ରେନ୍ରୁ ବାହାରି ଚାଲିଲେ ଏହା ଚଳିତ ଶତାବ୍ଦୀର ସବୁଠୁ ବଡ଼ ଶରଣାର୍ଥୀ ସଙ୍କଟର ଉତ୍ସ ପାଲଟି ଯିବ।