ବିଦେଶରେ ବାସ କରୁଛନ୍ତି ୧% ଭାରତୀୟ

ନୂଆଦିଲ୍ଲୀ : ଭାରତର ୧ କୋଟି ୩୩ ଲକ୍ଷ ଲୋକ ବିଦେଶରେ ବାସ କରୁଛନ୍ତି। ଦେଶର ମୋଟ ଲୋକସଂଖ୍ୟାର ଏହା ପ୍ରାୟ ୧ ପ୍ରତିଶତ। ଏଥିସହିତ ୨୦୧୬ରୁ ୨୦୨୦ ମଧ୍ୟରେ ୪ ହଜାରରୁ ଅଧିକ ବିଦେଶୀଙ୍କୁ ଭାରତରେ ନାଗରିକତା ପ୍ରଦାନ କରାଯାଇଛି। ଲୋକସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ଦେଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଭାରତୀୟ ଭାରତର ନାଗରିକତା ଛାଡ଼ିଛନ୍ତି। ଏଥିସହିତ ୧୦୬୪୫ ଜଣ ଭାରତର ନାଗରିକତା ପାଇଁ ୨୦୧୬ରୁ ୨୦୨୦ ମଧ୍ୟରେ ଆବେଦନ କରିଛନ୍ତି।

ସମ୍ବନ୍ଧିତ ଖବର