ପୁଲୱାମା: ଶନିବାର ଦିନ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଥିବା ଜଦୁରା ଗ୍ରାମରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହେବା ପରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ନିହତ ହୋଇଥିବା ଆତଙ୍କବାଦୀଙ୍କ ପରିଚୟ ମିଳିପାରି ନାହିଁ।

Advertisment

ଏହା ସହ ଏନକାଉଣ୍ଟରରେ ଗୁରୁତର ଆହତ ହୋଇଥିବା ଜଣେ ଯବାନ ସହିଦ ହୋଇଛନ୍ତି। ଜମ୍ମୁ-କଶ୍ମୀରରେ ୨୪ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ମୁକାବିଲା | ଏହାପୂର୍ବରୁ ଶୁକ୍ରବାର ଦିନ ଶୋପିଆଁ ଜିଲ୍ଲାର କିଲୋରା ଅଞ୍ଚଳରେ ଏକ ଏନକାଉଣ୍ଟର ବେଳେ ସୁରକ୍ଷା ବାହିନୀ ଏବଂ ଜମ୍ମୁ-କଶ୍ମୀର ପୁଲିସ ମିଳିତ ଭାବରେ ୪ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ। ଏହା ସହ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲା ବୋଲି ଅଧିକାରୀମାନେ କହିଛନ୍ତି।

 indiatoday

ତେବେ କିଛି ଦିନ ହେବ ଉପତ୍ୟକାରେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ସୁରକ୍ଷା ବାହିନୀ ପକ୍ଷରୁ ନିରନ୍ତର ସର୍ଚ୍ଚ ଅପରେସନ୍ ଚାଲୁ ରହିଛି। ଏହି ସପ୍ତାହରେ ବାରାମୁଲାର କେରି ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀକୁ ହତ୍ୟା କରିଥିଲେ ସୁରକ୍ଷା କର୍ମୀ । ଏଥି ସହିତ, ଅଗଷ୍ଟ ୨୦ରେ, ହନ୍ଦୱାଡା ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରି ଦୁଇ ଆତଙ୍କବାଦୀଙ୍କୁ ନିହତ କରିଥିଲା ଭାରତୀୟ ସେନା। ମୃତ ଦୁଇ ଆତଙ୍କବାଦୀ  ଲସ୍କର-ଏ-ତୋଇବାର ବୋଲି ସୁରକ୍ଷା ବାହିନୀ ପକ୍ଷରୁ ସୂଚନା ଦିଆଯାଇଥିଲା। ୨୦୨୦ ରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବାହିନୀ ଦ୍ୱାରା ଶହେରୁ ଅଧିକ ଆତଙ୍କବାଦୀ ନିହତ କରିଥିବା ଜଣା ପଡ଼ିଛି।