ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି)ରେ ଏକ ବଡ ଆତଙ୍କବାଦ ବିରୋଧୀ ଅପରେସନ ହୋଇଛି। ଉତ୍ତର କାଶ୍ମୀର ଜିଲ୍ଲାର ମାଚିଲ ସେକ୍ଟରରେ ଚାଲିଥିବା ଆତଙ୍କବାଦ ବିରୋଧୀ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ କନେଷ୍ଟବଳ ସହିଦ ହୋଇଥିବା ଜଣାପଡ଼ିଛି। ଏପ୍ରିଲ୍ ପରଠାରୁ ୟୁନିଅନ୍ ଅଞ୍ଚଳରେ ଏହା ସବୁଠାରୁ ବଡ ମୁକାବିଲା ବୋଲି କୁହାଯାଉଛି।
ତେବେ ଏହି ଏନକାଉଣ୍ଟର ସକାଳ ୧ ଟାରୁ ଆରମ୍ଭ ହୋଇଥିଲା। ବିଏସଏଫର ଏକ ପାଟ୍ରୋଲିଂ ପାର୍ଟି ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶ କରିଥିବା ସନ୍ଦେହ କରି ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ବିଏସ୍ଏଫ୍ କନଷ୍ଟେବଳ ସହିଦ ହୋଇଛନ୍ତି।।
#UPDATE Constable Sudip Sarkar lost his life during the operation in Machil Sector. Reinforcements received from Indian Army. Joint operation still underway: Border Security Force (BSF). #JammuAndKashmirhttps://t.co/M9rZTcaoaO
— ANI (@ANI) November 8, 2020
ମାଚିଲ ସେକ୍ଟରରେ ଚାଲିଥିବା ଅପରେସନ୍ ସମୟରେ ସହିଦ ହୋଇଥିବା କନଷ୍ଟେବଳଙ୍କ ନାମ ସୁଦୀପ ସାରକର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରୁ ଏକେ ରାଇଫଲ ଓ ଦୁଇଟି ବ୍ୟାଗ ଜବତ ହୋଇଛି। ମିଳିତ ଅପରେସନ ଏବେବି ଚାଲିଛି ବୋଲି ସୀମା ସୁରକ୍ଷା ବଳ ପକ୍ଷରୁ ସୂଚନା ମିଳିଛି।