ଶ୍ରୀନଗର: ଆଜି ସକାଳେ ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା କଥା ପୁଲିସ କହିଛି।
ଗୋଟାଏ ଆବାସିକ ଅଞ୍ଚଳରେ ୨ଜଣ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଅନୁମାନ କରାଯାଉଥିଲା। ନିହତ ଆତଙ୍କବାଦୀଜଣକ ସେମାନଙ୍କ ମଧ୍ୟରୁ ଜଣେ। ଦ୍ବିତୀୟ ଆତଙ୍କବାଦୀକୁ ଖୋଜି ବାହାର କରିବା ଲାଗି ତଲାସ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।
Image Courtesy of Indian Expressଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁସାରେ, ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ବାରମୂଳା ଜିଲ୍ଲାରକ୍ରୀରି ଅଞ୍ଚଳ ଅନ୍ତର୍ଗତ ୱାନିଗାମ୍ ବାଲାରେ ନିରାପତ୍ତା ବଳ ‘କଡର୍ନ୍ ଆଣ୍ଡ୍ ସର୍ଚ’ ଅଭିଯାନ ଚଳାଇଥିଲେ। ଆତ୍ମଗୋପନକାରୀ ଆତଙ୍କବାଦୀମାନେ ନିରାପତ୍ତା ବଳ ଉପରକୁ ପ୍ରଥମେ ଗୁଳି ଚଳାଇବାରୁ ସେମାନେ ପାଲଟା ଗୁଳି ଚାଳନା କରିଥିଲେ।
ଏହି ଏନ୍କାଉଣ୍ଟର୍ରେ କୌଣସି ସାଧାରଣ ନାଗରିକ କି, ନିରାପତ୍ତା ବଳ କର୍ମଚାରୀ ମୃତାହତ ହୋଇ ନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/JK.jpg)