ହଟସ୍ପଟ ଅଞ୍ଚଳରେ ସେଲୁନରେ ବସି ଚୁଟି କାଟିବା ମହଙ୍ଗା ପଡ଼ିଲା, ୧୦ ଗିରଫ

ଅହମଦାବାଦ: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ୍ କରାଯାଇଛି। ଅହମ୍ମଦାବାଦରେ ମଧ୍ୟ ଲକଡାଉନ କଡାକଡି ଲାଗୁ କରାଯାଇଛି। ତେବେ କିଛି ଲୋକ ବାହାନା କରି ଘରୁ ବାହାରକୁ ଯାଉଛନ୍ତି | ଆଉ ଏସବୁ ଘଟଣାକୁ ଦେଖି ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛି | ମିଳିଥିବା ସୂଚନା ଅନୁଯାୟୀ, ଏକ ସେଲୁନରେ କେଶ କାଟିବା ପାଇଁ ଏକାଠି ହୋଇଥିବା ୧୦ ଜଣ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି | ଅହମ୍ମଦାବାଦରେ କରୋନା ସଂଖ୍ୟା ପାଖାପାଖି ୬୦୦ ରେ ପହଞ୍ଚିଛି |

ସରକାର ଅହମ୍ମଦାବାଦ ସହରକୁ ରେଡ ଜୋନରେ ଅନ୍ତର୍ଭୁକ୍ତ କରିଛନ୍ତି। ଏଠାରେ ଅନେକ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ଗୁରୁବାର ରାତିରେ ପାଣ୍ଡାୟା କଲେଜ ନିକଟରେ ଖୋଡିଆନଗର ସୋସାଇଟି ସମ୍ମୁଖରେ ଅଙ୍କିତ ନାମକ ଏକ ସେଲୁନରେ ୯ ଜଣ ଲୋକ କେଶ କାଟିବା ପାଇଁ ଏକାଠି ହୋଇଥିଲେ। ଦୋକାନ ମାଲିକ ମଧ୍ୟ ଦୋକାନ କବାଟକୁ ବନ୍ଦ କରି ଚୁପଚାପ ଗ୍ରାହକଙ୍କ କେଶ କାଟୁଥିଲେ |

ଏହି ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ ଏ ବାବଦରେ ଜାଣିପାରିଥିଲେ । ପୁଲିସ ତୁରନ୍ତ ଦୋକାନ ଉପରେ ଚଢ଼ାଉ କରି ୯ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା। ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୦ ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରି ଦୋକାନ ମାଲିକଙ୍କ ସମେତ ମୋଟ ୧୦ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର