ବିଜେପିରେ ମିଶିଲେ ଗତକାଲି କଂଗ୍ରେସ ଛାଡିଥିବା ଗୋଆର ୧୦ ବିଧାୟକ

ପାନାଜୀ : ଆଜି ଗୋଆର କଂଗ୍ରେସ ବିଧାୟକ ଦଳ ନେତା ଚନ୍ଦ୍ରକାନ୍ତ କାବଲେକରଙ୍କ ସମେତ ମୋଟ ୧୦ ଜଣ କଂଗ୍ରେସରୁ ଇସ୍ତଫା ଦେଇ ଶାସକ ବିଜେପିରେ ମିଶିଛନ୍ତି । ୧୦ ବିଧାୟକ ଇସ୍ତଫା ଦେବା ପରେ ଗୋଆ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୫କୁ ହ୍ରାସ ପାଇଛି । କଂଗ୍ରେସ ବିଧାୟକଙ୍କ ଏହି ମିଶ୍ରଣ ପରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ଆଜି ବିଜେପି ସଭାପତି ଅମିତ ଶାହାଙ୍କୁ ଭେଟିଛନ୍ତି ।

ଏହି ଆଲୋଚନାର ବିଷୟବସ୍ତୁ ଜଣାପଡିନଥିଲେ ମଧ୍ୟ ଆଗାମୀ ଦିନରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ସମ୍ଭାବନା ସଂପର୍କରେ ଚର୍ଚ୍ଚା ହୋଇଥିବା କୁହାଯାଉଛି । ଏହି ସଂପ୍ରସାରଣରେ କେତେକ ମନ୍ତ୍ରୀଙ୍କୁ ବାଦ ଦେଇ କିଛି ନୂଆ ବିଧାୟକଙ୍କୁ ମନ୍ତ୍ରୀ କରାଯାଇପାରେ ବୋଲି ଜଣାଯାଇଛି । ଗତକାଲି ସେମାନେ ବାଚସ୍ପତି ରଜେଶ ପତନେକରଙ୍କୁ ଭେଟି ନିଜର ଏହି ନିଷ୍ପତ୍ତି ଜଣାଇଥିଲେ । ସେମାନଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ଉପ-ବାଚସ୍ପତି ମାଇକେଲ ଲୋବୋ କହିଛନ୍ତି ।

ସମ୍ବନ୍ଧିତ ଖବର