ଜବତ ହେଲା ୧୦ କୋଟି ଟଙ୍କାର ଏହି ମେଡ଼ିସିନ, ଖାଇଲେ କଣ ହୁଏ ଜାଣନ୍ତୁ

ଇମ୍ଫାଲ: ମଣିପୁର ପୁଲିସ ଅଧିକାରୀମାନେ ଇମ୍ଫାଲରୁ ୨ ଜଣ ନିଶା ବେପାରୀଙ୍କୁ ଗିରଫ କରିଛନ୍ତି | ସେମାନଙ୍କ ନିକଟରୁ ୧ ଲକ୍ଷ ଆମ୍ଫେଟାମିନ ବଟିକା ଜବତ କରାଯାଇଛି | ଏହି ବଟିକାର ବଜାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା ହୋଇଥିବାବେଳେ ଏହି ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ପୁଲିସ ତାହାର ତଦନ୍ତ କରୁଛି | ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଗୁପ୍ତ ସୂଚନାକୁ ଆଧାର କରି ଚଢ଼ାଉ କରାଯାଇଥିଲା | ଏହି ଦୁଇଜଣ ବ୍ୟକ୍ତି ପଡୋଶୀ ଦେଶ ମିଆଁମାରରୁ ଆସିଥିବାର କୁହାଯାଉଛି | ଭାରତ ସୀମାରେ ପହଞ୍ଚିବା ମାତ୍ରେ ଏମାନଙ୍କୁ ଧରାଯାଇଥିଲା |

 

କାହିଁକି ଖିଆଯାଏ ଆମ୍ଫେଟାମିନ
ଆମ୍ଫେଟାମିନ ଏକ ଶକ୍ତିଶାଳୀ କେନ୍ଦ୍ରୀୟ ସ୍ନାୟୁମଣ୍ଡଳ ଉତ୍ତେଜକ ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର, ନିଦ୍ରାବେଶ, ଓ ମେଦ ବହୁଳତା ଆଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଆମ୍ଫେଟାମିନ ମାତ୍ରା ଅଧିକ ହେଲେ ବୋଧଶକ୍ତି କମିଯାଏ ଓ ଦୃତ ମାଂସପେଶୀ କ୍ଷୟ ହୁଏ । ଅଧିକ ମାତ୍ରାରେ ସେବନ କଲେ ନିଶାଗ୍ରସ୍ତ ସମ୍ଭାବନା ରହେ | ଏହି ଔଷଧ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନରେ ମିଳେ ଓ ଅନେକ ଦେଶମାନଙ୍କରେ ସ୍ୱାସ୍ଥ୍ୟସଙ୍କଟ ରୋକିବା ନିମନ୍ତେ ଏହା ଗଚ୍ଛିତ ରଖିବା ଓ ବଣ୍ଟନ କରିବା ଉପରେ ନିୟନ୍ତ୍ରଣ କରାଯାଏ ।

ସମ୍ବନ୍ଧିତ ଖବର