ଦେଶର ୧୦ ପ୍ରତିଶତ ସିଆର୍‌ପିଏଫ୍‌ ଯବାନ ଚିକିତ୍ସିତ ହେଉଛନ୍ତି !

ନୂଆଦିଲ୍ଲୀ: ଦେଶର ସୁରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସିଆର୍‌ପିଏଫ୍‌ ଯବାନମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଏକ ବଡ଼ ଖୁଲାସା ହୋଇଛି। କୁହାଯାଇଛି ଯେ ପ୍ରାୟ ୧୦ ପ୍ରତିଶତ ସିଆରପିଏଫ୍‌ ଯବାନ୍‌ ନିଜର ଶାରୀରିକ ସମସ୍ୟାପାଇଁ ଚିକିତ୍ସିତ ହେଉଛନ୍ତି। ଏହି କାରଣରୁ ସେମାନଙ୍କୁ ସଂକଟଜନକ ପରିସ୍ଥିତିରେ ଡ୍ୟୁଟିରେ ଯୋଗ ଦେବା ପାଇଁ କୁହାଯାଇପାରିବ ନାହିଁ ବୋଲି କୁହାଯାଉଛି। କଶ୍ମୀରରେ ଏଭଳି ଯବାନମାନଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ ଶ୍ରୀନଗରରେ କାର୍ଯ୍ୟରତ ସିଆରପିଏଫ୍‌ ର ୨୬ ବାଟାଲିୟନ୍‌ରେ ଥିବା ୧୮୮୩ ଜଣ ଯବାନ୍‌ ମେଡିକାଲ୍‌ ଶ୍ରେଣୀଭୁକ୍ତ।

ସିଆରପିଏଫ୍‌ର ସମଗ୍ର ଦେଶରେ ୨୪୭ଟି ବାଟାଲିୟନ୍‌ ଅଛି। ଏଥିରେ କାର୍ଯ୍ୟରତ ପ୍ରାୟ ୨୨ ହଜାର ଯବାନ୍‌ ଅଛନ୍ତି ଯେଉଁମାନେ ଏହି ଶ୍ରେଣୀରେ ଅଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଯବାନ୍‌ମାନଙ୍କ ଫିଟନେସ୍‌ ମାନବୀୟ ଆଧାରରେ କରାଯାଇଥାଏ ଏବଂ ସେମାନଙ୍କର ଚିକିତ୍ସାର ସମସ୍ତ ବନ୍ଦୋବସ୍ତ ବି କରାଯାଇଥାଏ।

ସମ୍ବନ୍ଧିତ ଖବର