ଡାକ୍ତରଖାନାରେ ପ୍ରାଣ ହରାଇଲା ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଆହତ ହୋଇଥିବା ୧୦ ଦିନର ଶିଶୁ

ଶ୍ରୀନଗର: ରବିବାର ଦିନ ପାକିସ୍ତାନର ଅସ୍ତ୍ରବିରତି ଯୋଗୁଁ ଆହତ ହୋଇଥିବା ଗୋଟାଏ ୧୦ ଦିନିଆ ଶିଶୁର ସୋମବାର ଦିନ ମୃତ୍ୟୁ ଘଟିଛି। ଗତକାଲି ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଯୋଗୁଁ ଅନ୍ୟୂନ ଅନ୍ୟ ଦୁଇ ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ।

ରବିବାର ଦିନ ଶିଶୁଟିକୁ ପୁଞ୍ଚ୍‌ ଜିଲ୍ଲା ହସ୍‌ପିଟାଲ୍‌ରେ ତତ୍ତ୍ୱାବଧାନରେ ରଖାଯାଇଥିବା ବେଳେ ଅନ୍ୟ ଦୁଇ ସାଧାରଣ ନାଗରିକଙ୍କୁ ଜମ୍ମୁସ୍ଥିତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେମାନେ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି।

Image Source: India Today

ସୋମବାର ସକାଳେ ମଧ୍ୟ ମାନ୍‌କୋତ୍‌ କୃଷ୍ଣା ଘାଟି ଏବଂ ମେନ୍ଧାର୍‌ରେ ପାକିସ୍ତାନ ଭୀଷଣ ସେଲିଙ୍ଗ୍‌ ନିକ୍ଷେପ ଚଲାଇଛି।

ରବିବାୟ ସନ୍ଧ୍ୟା ପ୍ରାୟ ୫ଟା ବେଳେ ପାକିସ୍ତାନ ସେନା ପୁଞ୍ଚ୍‌ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖା ଠାରେ ଅଚାନକ ଗୁଳି ଚଳାଇଥିଲା। ଜିଲ୍ଲାର ଶାହାପୁର ଏବଂ ସୌଜିୟାନ୍‌ ସେକ୍ଟର୍‌ରେ ଭୀଷଣ ସେଲିଙ୍ଗ୍‌ ଏବଂ ଗୁଳିଗୋଳା ମାଡ଼ ହୋଇଥିଲା ବୋଲି ଜଣାପଡ଼ିଛି।

ଭାରତୀୟ ସେନା ଏହାର ଠିକଣା ଜବାବ ଦେଇଥିଲା।

ସମ୍ବନ୍ଧିତ ଖବର