ମୁମ୍ବାଇ : ମହାରାଷ୍ଟ୍ରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୨ ଜଣ ଅତି ଗୁରୁତର ଅଛନ୍ତି। ଅହମଦନଗରଠାରୁ କିଛି ଦୂରରେ ନାସିକ୍-ଶିରିଡ଼ି ଜାତୀୟ ରାଜପଥରେ ଏହି ଦୁର୍ଘଟଣା ହୋଇଛି। ଆହତଙ୍କୁ ନାଶିକ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।
ପ୍ରାୟ ୪୫ ଯାତ୍ରୀ ଏକ ବସ୍ରେ ଶିରିଡ଼ି ଦର୍ଶନ ପାଇଁ ଯାଉଥିଲେ। ମୁମ୍ବାଇର ଅମ୍ବରନାଥରୁ ଯାତ୍ରୀମାନେ ବସ୍ରେ ଶିରିଡ଼ି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ବାଟରେ ସେମାନଙ୍କ ଗାଡ଼ି ଏକ ଟ୍ରକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଶିରିଡ଼ି ଏବଂ ନାଶିକ ହସ୍ପିଟାଲ୍କୁ ସ୍ଥାନାନ୍ତର କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଓ ଉତ୍ତମ ଚିକିତ୍ସା କରିବାକୁ କହିଛନ୍ତି।