ପଞ୍ଜାବ: ପାକିସ୍ତାନରେ ବନ୍ୟା । ପାଣିର ପ୍ରଳୟ ଭିତରେ ପାକିସ୍ତାନ ଗତି କରୁଥିବା ବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପାକିସ୍ତାନର ପଞ୍ଜାବ ପ୍ରଦେଶ । ବନ୍ୟାପାଣିରୁ ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଥିବା ବେଳେ ଏକ ଭୟଙ୍କର ଅଘଟଣ ଘଟିଛି । ଉଦ୍ଧାର ଉଦ୍ୟମ ଚାଲିଥିବା ବେଳେ ଓଲଟିଲା ଡଙ୍ଗା । ୩ଟି ବୋଟ୍ ଉଦ୍ଧାର କାମରେ ଲାଗିଥିବା ବେଳେ ଓଲଟିପଡିଛି । ବୋଟ୍ ଓଲଟିବା ଫଳରେ ୧୦ ଜଣ ବନ୍ୟା ପ୍ରଭାବିତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ଯରେ କିଛି ପିଲା ବି ଅଛନ୍ତି ।
ତେବେ ମୁଲତାନ, ବାହାଓ୍ଵାଲନଗରରେ ଏହି ଉଦ୍ଧାର ଉଦ୍ୟମ ଚାଲୁଥିବା ବେଳେ ଏପରି ଅଘଟଣ ଘଟିଛି । ଦକ୍ଷିଣ ପଞ୍ଜାବ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ବୋଟ୍ ଓଲଟିବା ପରେ ୪୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି ।
ସତଲେଜ, ରାବି ଏବଂ ଚେନାବ ନଦୀର ଜଳସ୍ତର ବଢିବା ଫଳରେ ପାକିସ୍ତାନ ପଞ୍ଜାବ ବୁଡିଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ୪୫୦୦ରୁ ଅଧିକ ଗାଁ ପାଣି ଘେରରେ ରହିଥିବା ବେଳେ ୪୦ ଲକ୍ଷ ଲୋକ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ୨୦ ଲକ୍ଷ ଲୋକ ବେଘର ହୋଇଛନ୍ତି । ୧୦ ଲକ୍ଷରୁ ଅଧିକ ପଶୁଙ୍କୁ ବନ୍ୟା ପାଣିରୁ ସୁରକ୍ଷିତ ଉଦ୍ଧାର କରି ସ୍ଥାନାନ୍ତରିତ କରାଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/09/12/pak-punjab-2025-09-12-18-11-12.jpg)