ରାଜସ୍ଥାନ: ଟ୍ରକ୍‌-ଜିପ୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

ଚିତ୍ତୋରଗଡ଼ : ରାଜସ୍ଥାନର ଚିତ୍ତୋରଗଡ଼ ଜିଲ୍ଲାରେ ଏକ ଟ୍ରକ୍‌-ଜିପ୍‌ ମୁହାଁମୁହିଁ ଧକ୍କା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତି‌ରେ ଚିତ୍ତୋରଗଡ଼ ଜିଲ୍ଲାର ଉଦୟପୁର-ନିମ୍‌ବାହେରା ଜାତୀୟ ରାଜପଥର ସଡୁଖେରା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ସହ ଜିପ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣା ସ୍ଥଳରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୩ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି ‌ବୋଲି ଚିତ୍ତୋରଗଡ଼ ଜିଲ୍ଲାପାଳ କିଶୋର କୁମାର ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର