ଉତ୍ତର ପ୍ରଦେଶ: ସିଲିଣ୍ଡର ବସ୍ଫୋରଣ ଯୋଗୁଁ କୋଠା ଭାଙ୍ଗି ୧୦ ମୃତ; ୩୦ରୁ ଊର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ସୋମବାର ସକାଳେ ଉତ୍ତର ପ୍ରଦେଶର ମାଉ ଜିଲ୍ଲା ଅନ୍ତର୍ଗତ ମହମ୍ମଦାବାଦ ଅଞ୍ଚଳରେ ସିଲିଣ୍ଡର୍‌ ବିସ୍ଫୋରଣ ଯୋଗୁଁ ଗୋଟାଏ ଦୁଇ ତାଲା କୋଠାଘର ଭାଙ୍ଗି ଯିବାରୁ ଅନ୍ୟୂନ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଛନ୍ତି।

ପୁଲିସ କହିଛି ଘଟଣାଟି ସକାଳ ୭: ୩୦ରେ ଘଟିଛି। ମହମ୍ମଦାବାଦ ଥାନା ଅଞ୍ଚଳର ଓ୍ଵଲିଦପୁରସ୍ଥିତ ସେ ଘରେ ମହିଳାମାନେ ସକାଳ ଜଳଖିଆ ପ୍ରସ୍ତୁତି କରୁଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର୍‌ ବିସ୍ଫୋରଣ ଘଟିଥିଲା।

ଗ୍ୟାସ୍‌ ଲିକ୍‌ ଯୋଗୁଁ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି।

ଭଗ୍ନସ୍ତପ ତଳେ କେତେ ଜଣ ଲୋକ ପୋତି ହୋଇ ପଡ଼ିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ି ପାରେ ବୋଲି ଆଶଙ୍କା ହେଉଛି। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ଚଳାଇଛନ୍ତି।

Image Source: NDTV

ଚିକିତ୍ସା ନିମନ୍ତେ ସମସ୍ତ ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ଚିକିତ୍ସାଳକୁ ନିଆଯାଇଥିବା କଥା ପୁଲିସ କହିଛି।

ଦୁଃଖଦ ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ମୃତବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ପ୍ରତି ଭଗୀର ଶୋକ ବ୍ୟକ୍ତ କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଯଥା ସମ୍ଭବ ରିଲିଫ୍‌ ଏବଂ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ସେ ସମସ୍ତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର